)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ମହାମାରୀ ସଙ୍କଟ ଦେଖାଦେଇଛି । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଏହାସହ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁ ଦୋକାନ ବନ୍ଦ ରହିଛି । ଆଜି(ରବିବାର) ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା-ରୁପା ମୂଲ୍ୟ ବଢ଼ିଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୨୭୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୨୬୦ ଟଙ୍କା ଥିଲା ।
ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୩୬୦ ଟଙ୍କା ରହିଛି । ଯାହା ଗତକାଲି ୪୮,୩୫୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୦୦୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୯୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୧୧ କ୍ୟାରେଟ ସୁନା ମୂଲ୍ୟରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୨୯୦ ଟଙ୍କା ରହିଛି । ଯାହା ଗତକାଲି ୪୫,୨୮୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୩୬୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୩୫୦ ଟଙ୍କା ଥିଲା ।