Advertisement
Article Detail0/zeeodisha/odisha692886
Zee OdishaOdisha National-Internationalସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୩୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୪୪୦ ଟଙ୍କା ରହିଛି । ଯାହା ଗତକାଲି ୪୭,୪୧୦ ଟଙ୍କା ଥିଲା । 

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ସୋମବାର) ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୧୦ ଟଙ୍କା ବଢିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୪୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୫,୬୩୦ ଟଙ୍କା ଥିଲା । 

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୩୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୪୪୦ ଟଙ୍କା ରହିଛି । ଯାହା ଗତକାଲି ୪୭,୪୧୦ ଟଙ୍କା ଥିଲା । 

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୪୨୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୬୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୧୧ କ୍ୟାରେଟ ସୁନା ମୂଲ୍ୟରେ ମଧ୍ୟ ୭୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୩୫୦ ଟଙ୍କା ରହିଛି । ଯାହା ଗତକାଲି ୪୪,୨୮୦ ଟଙ୍କା ରହିଥିଲା । 

Add Zee News as a Preferred Source

ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୩୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୪୪୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୪୧୦ ଟଙ୍କା ଥିଲା । 

About the Author