ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍
Advertisement

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୨,୨୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୫,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୩,୧୫୦ ଟଙ୍କା ଥିଲା ।

ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା ଭୂତାଣୁ । ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡୁଛି । ଅନ୍ୟପଟେ ଭାରତରେ ମଧ୍ୟ କୋରୋନା ସଙ୍କଟ ଜାରି ରହିଛି । ଏହି  ସମୟରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ହ୍ରାସ-ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ମଙ୍ଗଳବାର) ଦେଶରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୭୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୮,୯୩୦ ଟଙ୍କା ଥିଲା । 

ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୨,୨୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୫,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୩,୧୫୦ ଟଙ୍କା ଥିଲା ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା ମୂଲ୍ୟରେ ୧୩୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୩୭୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୨୪୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୧୪୦ ଟଙ୍କା ବଢିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୦୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୬,୯୫୦ ଟଙ୍କା ରହିଥିଲା । 

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨,୨୫୦ ଟଙ୍କା ବଢ଼ିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୫,୪୦୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୩,୧୫୦ ଟଙ୍କା ଥିଲା ।