)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଉଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ଗୁରୁବାର) ଦେଶରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୮୦୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୪୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୬୦୦ ଟଙ୍କା ଥିଲା ।
ସେହିପରି ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଆଜି ରୁପା ମୂଲ୍ୟରେ ୧,୮୮୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୧,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫୦,୦୨୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ଦର ମଧ୍ୟ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୪୭୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୫୧,୪୬୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୯୯୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୪୦୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୧୮୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୬,୭୮୦ ଟଙ୍କା ରହିଥିଲା ।
ଆଜି ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧,୮୮୦ ଟଙ୍କା ବଢିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୧,୯୦୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୦,୦୨୦ ଟଙ୍କା ଥିଲା ।