)
ନୂଆଦିଲ୍ଲୀ: Gold-Silver Rate: ବର୍ତ୍ତମାନ ବିବାହ ସିଜନ୍ ଚାଲିଛି । ଏହି ସମୟରେ ଲୋକମାନେ ଅଧିକ ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ କ୍ରୟ କରିଥାନ୍ତି । ଏଥିପାଇଁ ଲୋକଙ୍କ ନଜର ମୂଲ୍ୟବାନ ଧାତୁର ମୂଲ୍ୟ ଉପରେ ରହିଥାଏ । ଏହି କ୍ରମରେ ସପ୍ତାହର ପ୍ରଥମ ଦିନ (ସୋମବାର) ଅର୍ଥାତ ଡିସେମ୍ୱର ୨୦ରେ ସୁନା ଓ ରୁପା ମୂଲ୍ୟ (Gold Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ରବିବାର ସୁନା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୬୪୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୮,୬୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୪୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୬୪୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୭,୬୮୦ ଟଙ୍କା ଥିଲା ।
ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ରବିବାର ଦେଶରେ ରୁପା ମୂଲ୍ୟ ସ୍ଥିର ରହିଥିଲା । ସେପଟେ ସୋମବାର ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୯୦ ଟଙ୍କା ରହିଛି । ଯାହା ରବିବାର ୬,୨୨୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ଲଗାତର ତୃତୀୟ ଦିନ ହେବ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ସ୍ଥିର ରହିଥିଲା । ସେହିପରି ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୦୫୦ ଟଙ୍କା ରହିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୫୦,୦୫୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ସ୍ଥିର ରହିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୦୦ ଟଙ୍କା ରହିଛି । ଯାହା ରବିବାର ଏହାର ମୂଲ୍ୟ ୪୫,୭୦୦ ଟଙ୍କା ଥିଲା ।
ସୋମବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ରବିବାର ରାଜଧାନୀରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ସୋମବାର ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୯୦ ଟଙ୍କା ରହିଛି । ଯାହା ରବିବାର ୬,୨୨୦ ଟଙ୍କା ଥିଲା ।