ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
Advertisement
Article Detail0/zeeodisha/odisha992816

ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଗୁରୁବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ବୁଧବାର ଦେଶରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଗୁରୁବାର ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି ।

ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ: Gold-Silver Rate: ଦେଶରେ ଗୁରୁବାର ଅର୍ଥାତ ସେପ୍ଟେମ୍ୱର ୨୩ରେ ସୁନା ଓ ରୁପା ମୂଲ୍ୟ (Gold Silver Price) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ବୁଧବାର ସୁନା ମୂଲ୍ୟରେ ୩୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଗୁରୁବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୬,୩୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୬୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୫,୩୦୦ ଟଙ୍କାରେ ପହଞ୍ଚିଛି । ବୁଧବାର ଏହାର ମୂଲ୍ୟ ୪୫,୩୬୦ ଟଙ୍କା ଥିଲା ।

ସେହିପରି ଗୁରୁବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ବୁଧବାର ଦେଶରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଗୁରୁବାର ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୦୬୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ୫,୯୮୦ ଟଙ୍କା ଥିଲା ।

ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ମଧ୍ୟ ହ୍ରାସ ଘଟିଛି । ବୁଧବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୪୨୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟରେ ୨୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୭୭୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୦୧୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ ୨୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୮୫୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୩,୭୪୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ତୈଳ ଦରରେ ବୃଦ୍ଧି, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଗୁରୁବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ବୁଧବାର ରାଜଧାନୀରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଗୁରୁବାର ରୁପା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୦,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୦୬୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ୫,୯୮୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଜାତିସଂଘରେ ତାଲିବାନକୁ ବସାଇବାର ଦାବି ପଛରେ ପାକିସ୍ତାନର ହାତ, ଭାରତ ଏପରି ପଣ୍ଡ କଲା ପ୍ଲାନ୍

ଅଧିକ ପଢ଼ନ୍ତୁ:-କନ୍ୟାଦାନ ପରମ୍ପରା: ଭାରତୀୟ ବୈବାହିକ ରୀତିନୀତିକୁ ଚ୍ୟାଲେଞ୍ଜ କରୁଛି ଏସବୁ ବିଜ୍ଞାପନ

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ଦରମାରେ ହେବ ୮.୬ ପ୍ରତିଶତ ବୃଦ୍ଧି

;