ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍
Advertisement

ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ଶନିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୨୦ ଟଙ୍କାର ବୃଦ୍ଧି ଘଟିଥିଲା । 

ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: Gold-Silver Rate: ଶନିବାର ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଶୁକ୍ରବାର ସୁନା ମୂଲ୍ୟରେ ୩୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଶନିବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୮୭୦ ଟଙ୍କା ରହିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୭,୮୭୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ୧୦ ଗ୍ରାମ ସୁନା ଦର ୪୬,୮୭୦ ଟଙ୍କା ରହିଛି । ଶୁକ୍ରବାର ଏହାର ମୂଲ୍ୟ ୪୬,୮୭୦ ଟଙ୍କା ଥିଲା ।

ସେପଟେ ଶନିବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ଦେଶରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଶନିବାର ରୁପା ମୂଲ୍ୟରେ ୩୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୫୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୦୫ ଟଙ୍କା ରହିଛି । ଯାହା ଶୁକ୍ରବାର ୬,୭୪୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଯୁବକଙ୍କୁ ଯିବାର ଥିଲା ୟୁପିର ହମିରପୁର, କିନ୍ତୁ ପହଞ୍ଚିଗଲେ ଏହି ରାଜ୍ୟର ହମିରପୁରରେ, ଜାଣନ୍ତୁ କ'ଣ ହେଲା ତା'ପରେ...

ଶନିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୨୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଶନିବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୩୦ ଟଙ୍କା ରହିଛି । ଯାହା ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୩୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୯୨୦ ଟଙ୍କା ରହିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୬,୯୨୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ସେହିପରି ଶନିବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି  ଘଟି ଥିଲା । ସେପଟେ ଶନିବାର ରୁପା ମୂଲ୍ୟରେ ୩୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୦୫୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୦୫୦ ଟଙ୍କା ରହିଛି । ଯାହା ଶୁକ୍ରବାର ୬,୭୪୦ ଟଙ୍କା ଥିଲା ।