ରାଜଧାନୀରେ ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍
Advertisement

ରାଜଧାନୀରେ ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ୨୪ କ୍ୟାରେଟ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ୨୨ କ୍ୟାରେଟ ସୁନା ଦରରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । 

ରାଜଧାନୀରେ ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ନୂଆଦିଲ୍ଲୀ: Gold-Silver Rate: ଦେଶରେ ଲଗାତର ତୃତୀୟ ଦିନ ହେବ ସୁନା ମୂଲ୍ୟ ସ୍ଥିର ରହିଛି । ଅର୍ଥାତ ସୋମବାର ମଧ୍ୟ ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ସେପଟେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ରବିବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେହିପରି ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୮୭୦ ଟଙ୍କା ରହିଛି । ଯାହା ରବିବାର ଏହାର ମୂଲ୍ୟ ୪୭,୮୭୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ୧୦ ଗ୍ରାମ ସୁନା ଦର ୪୬,୮୭୦ ଟଙ୍କା ରହିଛି । ରବିବାର ଏହାର ମୂଲ୍ୟ ୪୬,୮୭୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରୁଦ୍ରାକ୍ଷ ପିନ୍ଧିବାରୁ ମିଳିଥାଏ ଏହି ଜବରଦସ୍ତ ଲାଭ, ସନ୍ତାନହୀନ ମହିଳା ପାଆନ୍ତି ସନ୍ତାନର ସୁଖ!

ଅନ୍ୟପଟେ ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ସୋମବାର ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୫୦ ଟଙ୍କା ରହିଛି । ଯାହା ରବିବାର ୬,୭୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ପୁଣି ଥରେ ଲାଗିଛି ନିଆଁ, ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍

ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ୨୪ କ୍ୟାରେଟ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ୨୨ କ୍ୟାରେଟ ସୁନା ଦରରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୬୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୯୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୩୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୮୮୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୬,୯୨୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ୬ଟି କାମ

ଅନ୍ୟପଟେ ସୋମବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେହିପରି ସୋମବାର ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୫୦ ଟଙ୍କା ରହିଛି । ଯାହା ରବିବାର ୬,୭୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୧୬ ସଂକ୍ରମିତ