• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ଶନିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୩୯୦ ଟଙ୍କାର ବୃଦ୍ଧି ଘଟି ଥିଲା । 

ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: Gold-Silver Rate: ଦେଶରେ ଶନିବାର ସୁନା ମୂଲ୍ୟ  (Gold Price) ରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଅନ୍ୟପଟେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଶୁକ୍ରବାର ସୁନା ମୂଲ୍ୟରେ ୩୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଶନିବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୮୦ ଟଙ୍କା ରହିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୮,୩୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ୧୦ ଗ୍ରାମ ସୁନା ଦର ୪୭,୩୮୦ ଟଙ୍କା ରହିଛି । ଶୁକ୍ରବାର ଏହାର ମୂଲ୍ୟ ୪୭,୩୮୦ ଟଙ୍କା ଥିଲା ।

ଅନ୍ୟପଟେ ଶନିବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ଦେଶରେ ରୁପା ମୂଲ୍ୟରେ ୧୦୦୦ ଟଙ୍କାର ବୃଦ୍ଧି ଘଟିଥିବା ବେଳେ ଶନିବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୯୦ ଟଙ୍କା ରହିଛି । ଯାହା ଶୁକ୍ରବାର ୬,୮୨୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଶନିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୩୯୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେପଟେ ଶନିବାର ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୯୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୯୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୪୩୦ ଟଙ୍କା ରହିଛି । ଯାହା ଶନିବାର ଏହାର ମୂଲ୍ୟ ୪୭,୪୩୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ମାସର ପ୍ରଥମ ଦିନ ଜାରି ହେଲା ଡିଜେଲ-ପେଟ୍ରୋଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅନ୍ୟପଟେ ଶନିବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ରାଜଧାନୀରେ ରୁପା ମୂଲ୍ୟରେ ୧୦୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଶନିବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୭୯୦ ଟଙ୍କା ରହିଛି । ଯାହା ଶୁକ୍ରବାର ୬,୮୨୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ