ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍

ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୩୦୦ ଟଙ୍କାର ବୃଦ୍ଧି ଘଟିଥିଲା । 

ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Gold-Silver Rate: ଶନିବାର ଅର୍ଥାତ ଡିସେମ୍ୱର ୪ରେ ସୁନା ଓ ରୁପା ମୂଲ୍ୟ (Gold Silevr Price) ରେ ବୃଦ୍ଧି ଘଟିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଦେଶରେ ଶୁକ୍ରବାର ସୁନା ମୂଲ୍ୟରେ ୧୩୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଶନିବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଶନିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୭,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୭,୪୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୫୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୬,୪୫୦ ଟଙ୍କା ଥିଲା । 

ସେହିପରି ଶନିବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ଦେଶରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଶନିବାର ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୬,୧୨୦ ଟଙ୍କା ଥିଲା ।

ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୩୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଶନିବାର ୧୦ ଗ୍ରାମ ସୁନା ଦର ସ୍ଥିର ରହିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୭୦ ଟଙ୍କା ରହିଛି । ଯାହା ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୭୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୫୦୦ ଟଙ୍କା ରହିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୪,୫୦୦ ଟଙ୍କା ଥିଲା ।

ସେପଟେ ଶନିବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ଶୁକ୍ରବାର ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଶନିବାର ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୬,୧୨୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ଏହା ବି ପଢ଼ନ୍ତୁ:-୩୮ ଦେଶରେ ବ୍ୟାପିଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ମୃତ୍ୟୁ ସଂଖ୍ୟାକୁ ନେଇ ଏହି ବଡ଼ ବୟାନ ଦେଲା WHO

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୪୧୪ ସଂକ୍ରମିତଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା