ଲଗାତର ଦ୍ୱିତୀୟ ଦିନରେ ମଧ୍ୟ ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ସେହିପରି ୨୪ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୪,୮୯୬ ଟଙ୍କା ରହିଛି । ଏହାର ମୂଲ୍ୟ ଗତକାଲି ୩୪,୬୪୮ ଟଙ୍କା ଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୦,୦୭୩ ଟଙ୍କାରେ ରହିଛି । ଗତକାଲି ଏହାର ମୂଲ୍ୟ ୩୯,୭୦୦ ଟଙ୍କାରେ ବନ୍ଦ ହୋଇଥିଲା । 

ଲଗାତର ଦ୍ୱିତୀୟ ଦିନରେ ମଧ୍ୟ ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ପରିବର୍ତ୍ତନ ଦେଖା ଦେଉଛି । ଯାହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ମଙ୍ଗଳବାର ଭୁବନେଶ୍ୱର ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ସୁନା ମୂଲ୍ୟରେ ୩୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୬୨୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଅର୍ଥାତ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୪୩,୩୧୦ ଟଙ୍କାରେ ବନ୍ଦ ହୋଇଥିଲା ।

ସେହିପରି ୨୪ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୪,୮୯୬ ଟଙ୍କା ରହିଛି । ଏହାର ମୂଲ୍ୟ ଗତକାଲି ୩୪,୬୪୮ ଟଙ୍କା ଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୦,୦୭୩ ଟଙ୍କାରେ ରହିଛି । ଗତକାଲି ଏହାର ମୂଲ୍ୟ ୩୯,୭୦୦ ଟଙ୍କାରେ ବନ୍ଦ ହୋଇଥିଲା । 

ଅନ୍ୟପଟେ ଆଜି ଅର୍ଥାତ ମଙ୍ଗଳବାର ରୁପା ମୂଲ୍ୟରେ ବୃଦ୍ଧି ରେକର୍ଡ ହୋଇଛି । ଆଜି ରୁପା ଦାମରେ ୧୧୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୨୦ ଟଙ୍କାରେ ପହଞ୍ଚିଛି । ପୂର୍ବ ଦିନ ଅର୍ଥାତ ସୋମବାର ରୁପା ମୂଲ୍ୟ ୩୯,୮୮୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୧୦ ଗ୍ରାମ ରୁପା ମୂଲ୍ୟ ୪୧୦.୨୦ ଟଙ୍କା ରହିଛି । ୮ ଗ୍ରାମ ରୁପା ମୂଲ୍ୟ ୩୨୮.୧୬ ଟଙ୍କା ଓ ୧ ଗ୍ରାମ ରୁପା ମୂଲ୍ୟ ୪୧.୦୨ ଟଙ୍କା ରହିଛି ।