କ୍ରମାଗତ ଦ୍ୱିତୀୟ ଦିନ ମଧ୍ୟ ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
Advertisement

କ୍ରମାଗତ ଦ୍ୱିତୀୟ ଦିନ ମଧ୍ୟ ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଆଜି ୨୪ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୪,୫୨୮ ଟଙ୍କା ରହିଛି । ଏହାର ମୂଲ୍ୟ ଗତକାଲି ୩୪,୫୩୬ ଟଙ୍କା ଥିଲା । ୨୪ କ୍ୟାରେଟ ୧ ଗ୍ରାମ ସୁନା ମୂଲ୍ୟ ୪,୩୧୬ ଟଙ୍କା ରହିଛି । ଯାହା ଗତକାଲି ୪,୩୧୭ ଟଙ୍କା ଥିଲା ।

କ୍ରମାଗତ ଦ୍ୱିତୀୟ ଦିନ ମଧ୍ୟ ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଭୁବନେଶ୍ୱର: ଦେଶର ଘରୋଇ ବଜାରରେ ମୂଲ୍ୟବାନ ଧାତୁର ଦରରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ରାଜଧାନୀ ଭୁବନେଶ୍ୱର ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ଅର୍ଥାତ ମଙ୍ଗଳବାର ସୁନା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୧୬୦ ଟଙ୍କା ପହଞ୍ଚିଛି । ଗତକାଲି ଅର୍ଥାତ ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୩,୧୭୦ ଟଙ୍କାରେ ବନ୍ଦ ହୋଇଥିଲା ।

ସେହିପରି ଆଜି ୨୪ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୪,୫୨୮ ଟଙ୍କା ରହିଛି । ଏହାର ମୂଲ୍ୟ ଗତକାଲି ୩୪,୫୩୬ ଟଙ୍କା ଥିଲା । ୨୪ କ୍ୟାରେଟ ୧ ଗ୍ରାମ ସୁନା ମୂଲ୍ୟ ୪,୩୧୬ ଟଙ୍କା ରହିଛି । ଯାହା ଗତକାଲି ୪,୩୧୭ ଟଙ୍କା ଥିଲା ।

ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୩୯,୫୧୦ ଟଙ୍କା ରହିଛି । ଗତକାଲି ଏହାର ମୂଲ୍ୟ ୩୯,୫୨୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୮ ଗ୍ରାମ ସୁନା ମୂଲ୍ୟ ୩୧,୬୦୮ ଟଙ୍କା ରହିଛି । ଯାହା ଗତକାଲି ୩୧,୬୧୬ ଟଙ୍କା ଥିଲା । ସେହିପରି ୧ ଗ୍ରାମ ସୁନା ମୂଲ୍ୟ ୩,୯୫୧ ଟଙ୍କା ରହିଛି । ଯାହା ଗତକାଲି ୩,୯୫୨ ଟଙ୍କା ଥିଲା ।

ଅନ୍ୟପଟେ ଆଜି ଅର୍ଥାତ ମଙ୍ଗଳବାର ରୁପା ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ ହୋଇଛି । ଆଜି ରୁପା ଦାମରେ ୨୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧ କିଲୋଗ୍ରାମ ରୁପା ମୂଲ୍ୟ ୩୯,୪୮୦ ଟଙ୍କାରେ ପହଞ୍ଚିଛି । ପୂର୍ବ ଦିନ ଅର୍ଥାତ ରବିବାର ରୁପା ମୂଲ୍ୟ ୩୯,୫୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୧୦ ଗ୍ରାମ ରୁପା ମୂଲ୍ୟ ୩୯୪.୮୦ ରହିଛି । ୮ ଗ୍ରାମ ରୁପା ମୂଲ୍ୟ ୩୧୫.୮୪ ଟଙ୍କା ଓ ୧ ଗ୍ରାମ ରୁପା ମୂଲ୍ୟ ୩୯.୪୮ ଟଙ୍କା ରହିଛି ।