ପୁଣି ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha668628

ପୁଣି ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଅନ୍ୟପଟେ ଆଜି ରୁପା ମୂଲ୍ୟରେ ବି ବୃଦ୍ଧି ଦେଖାଦେଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୮୯୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୮୫୦ ଟଙ୍କା ଥିଲା । 

ପୁଣି ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ଦରରେ କ୍ରମାଗତ ହ୍ରାସ-ବୃଦ୍ଧି ଲାଗି ରହିଛି । ଫଳରେ ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ସୁନା-ରୁପା ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଉଛି । ଆଜି(ଗୁରୁବାର) ଦେଶରେ ସୁନା ମୂଲ୍ୟରେ ୨୧୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୭୮୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୪,୫୭୦ ଟଙ୍କାରେ ବନ୍ଦ ହୋଇଥିଲା । 

ଅନ୍ୟପଟେ ଆଜି ରୁପା ମୂଲ୍ୟରେ ବି ବୃଦ୍ଧି ଦେଖାଦେଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୪୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୮୯୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୮୫୦ ଟଙ୍କା ଥିଲା । 

ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୨୧୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୯୭୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୬୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି  ୨୨ କ୍ୟାରେଟ ୧୦ ଗ୍ରାମ ସୁନା ୪୨,୧୦୦ ଟଙ୍କା ରହିଛି । ଯାହା ଗତକାଲି ୪୧,୯୬୦ ଟଙ୍କା ରହିଥିଲା । 

ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୪୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୮୯୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୮୫୦ ଟଙ୍କା ଥିଲା । 

;