ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୯୯୦ ଟଙ୍କା ଥିଲା ।
Trending Photos
)
ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁରେ ମୂଲ୍ୟରେ ହ୍ରାସ-ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡୁଛି । ଆଜି(ଶୁକ୍ରବାର) ଦେଶରେ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୦୦୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୨,୯୯୦ ଟଙ୍କାରେ ବନ୍ଦ ହୋଇଥିଲା ।
ଅନ୍ୟପଟେ ଆଜି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୯୯୦ ଟଙ୍କା ଥିଲା ।
ସେହିପରି ଆଜି ଅର୍ଥାତ ଏପ୍ରିଲ ୧୦ରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୯୧୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୩,୯୦୦ ଟଙ୍କାରେ ବନ୍ଦ ହୋଇଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୧୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୯୯୦ ଟଙ୍କା ଥିଲା ।