ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୬୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୧୦୦ ଟଙ୍କା ରହିଛି । ଯାହା ଗତକାଲି ୪୭,୭୧୦ ଟଙ୍କା ଥିଲା ।
Trending Photos
)
ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ବୃଦ୍ଧି ଲାଗି ରହିଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି(ସୋମବାର) ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ଘଟିଛି । ଆଜି ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୦୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୦୧୦ ଟଙ୍କା ଥିଲା ।
ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୬୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୧୦୦ ଟଙ୍କା ରହିଛି । ଯାହା ଗତକାଲି ୪୭,୭୧୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ସୁନା ମୂଲ୍ୟରେ ୨୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୪୫୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୬୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୩୨୦ ଟଙ୍କା ରହିଛି । ଯାହା ଗତକାଲି ୪୫,୫୩୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ହ୍ରାସ ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୬୧୦ ଟଙ୍କା ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୧୦୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୭,୭୧୦ ଟଙ୍କା ଥିଲା ।