)
ନୂଆଦିଲ୍ଲୀ: ସାରା ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଜାରି ରହିଛି । ଏହା ପ୍ରଭାବକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକଡାଉନ୍ କରାଯାଇଛି । ଭାରତରେ ମଧ୍ୟ ୨ ମାସରୁ ଅଧିକ ସମୟ ଧରି ଲକଡାଉନ୍ ଜାରି ରହିଛି । ଫଳରେ ମୂଲ୍ୟବାନ ଧାତୁ ଦୋକାନ ଗୁଡ଼ିକ ବନ୍ଦ ରହିଛି । ଆଜି(ସୋମବାର) ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା-ରୁପା ମୂଲ୍ୟ ବଢ଼ିଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୨୮୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୨୭୦ ଟଙ୍କା ଥିଲା ।
ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ରୁପା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୩୭୦ ଟଙ୍କା ରହିଛି । ଯାହା ଗତକାଲି ୪୮,୩୬୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ସୁନା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୦୧୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୦୦୦ ଟଙ୍କାରେ ବନ୍ଦ ହୋଇଥିଲା । ଅନ୍ୟପକ୍ଷେ ୧୧ କ୍ୟାରେଟ ସୁନା ମୂଲ୍ୟରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୩୦୦ ଟଙ୍କା ରହିଛି । ଯାହା ଗତକାଲି ୪୫,୨୯୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୩୭୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୩୬୦ ଟଙ୍କା ଥିଲା ।