)
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁର ଦରରେ କ୍ରମାଗତ ହ୍ରାସ-ବୃଦ୍ଧି ଲାଗି ରହିଛି । ଫଳରେ ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ସୁନା-ରୁପା ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଉଛି । ଆଜି(ମଙ୍ଗଳବାର) ଦେଶରେ ସୁନା ମୂଲ୍ୟରେ ୫୩୫ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୪୫୫ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୩,୯୨୦ ଟଙ୍କାରେ ବନ୍ଦ ହୋଇଥିଲା ।
ଅନ୍ୟପଟେ ଆଜି ରୁପା ମୂଲ୍ୟରେ ବି ବୃଦ୍ଧି ଦେଖାଦେଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୬୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୯୧୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୩୦୦ ଟଙ୍କା ଥିଲା ।
ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୧୧୫୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୬୫୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୪,୫୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ୪୧,୮୫୦ ଟଙ୍କା ରହିଛି । ଯାହା ଗତକାଲି ୪୦,୮୪୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୬୧୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୯୧୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୩୦୦ ଟଙ୍କା ଥିଲା ।