ଅନ୍ୟପଟେ ଆଜି ପୁଣି ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଦେଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧,୫୨୦ ଟଙ୍କା ବଢ଼ିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୫୨୦ ଟଙ୍କା ଥିଲା ।
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଜାରି ରହିଛି । ଏହାସହ ମୂଲ୍ୟବାନ ଧାତୁର ଦରରେ ମଧ୍ୟ ହ୍ରାସ-ବୃଦ୍ଧି ଦେଖାଦେଉଛି । ଫଳରେ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଦେଶରେ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଆଜି(ଶୁକ୍ରବାର) ମୂଲ୍ୟବାନ ଧାତୁ ମୂଲ୍ୟରେ ପୁଣି ହ୍ରାସ ଦେଖାଦେଇଛି । ଦେଶରେ ସୁନା ମୂଲ୍ୟରେ ୧୫୦ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୨୫୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୬,୪୦୦ ଟଙ୍କାରେ ବନ୍ଦ ହୋଇଥିଲା ।
ଅନ୍ୟପଟେ ଆଜି ପୁଣି ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଦେଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧,୫୨୦ ଟଙ୍କା ବଢ଼ିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୫୨୦ ଟଙ୍କା ଥିଲା ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୫୦୦ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୨୦୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୬,୭୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୪୦ ଟଙ୍କା ଖସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୪୧୦ ଟଙ୍କା ରହିଛି । ଯାହା ଗତକାଲି ୪୩,୯୫୦ ଟଙ୍କା ରହିଥିଲା ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ୧,୫୨୦ ଟଙ୍କାର ହ୍ରାସ ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୨,୫୨୦ ଟଙ୍କା ଥିଲା ।