Advertisement
Article Detail0/zeeodisha/odisha662415
Zee OdishaOdisha National-Internationalପୁଣି ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ପୁଣି ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ଅନ୍ୟପଟେ ଆଜି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଆସିଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨୨୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୧୬୦ ଟଙ୍କା ପହଞ୍ଚିଛି । ପୂର୍ବଦିନ ଅର୍ଥାତ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୩୯,୯୪୦ ଟଙ୍କା ଥିଲା । 

ପୁଣି ସୁନା-ରୁପା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ବୈଶ୍ୱିକ ବଜାରରେ ମାନ୍ଦାବସ୍ଥା ଜାରି ରହିଛି । ଏହା ସହ ମୂଲ୍ୟବାନ ଧାତୁରେ ଦରରେ ପରିବର୍ତ୍ତନ ଦେଖା ଦେଉଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡୁଛି । ଆଜି ଅର୍ଥାତ ଗୁରୁବାର ଦିଲ୍ଲୀର ସର୍ରାଫା ବଜାରରେ ସୁନା ମୂଲ୍ୟରେ ୨୬୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୪୭୦ ପହଞ୍ଚିଛି । ଗତକାଲି ଅର୍ଥାତ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୩,୨୧୦ ଟଙ୍କାରେ ବନ୍ଦ ହୋଇଥିଲା । 

ଅନ୍ୟପଟେ ଆଜି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଆସିଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୨୨୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୧୬୦ ଟଙ୍କା ପହଞ୍ଚିଛି । ପୂର୍ବଦିନ ଅର୍ଥାତ ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୩୯,୯୪୦ ଟଙ୍କା ଥିଲା । 

ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୧୯୦ ଟଙ୍କାର ବୃଦ୍ଧି ଆସିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୨୭୦ ଟଙ୍କା ପହଞ୍ଚିଛି । ଗତକାଲି ଅର୍ଥାତ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୩,୦୮୦ ଟଙ୍କାରେ ବନ୍ଦ ହୋଇଥିଲା । 

Add Zee News as a Preferred Source

ଅନ୍ୟପକ୍ଷେ ଆଜି ଭୁବନଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୨୨୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୧୬୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଅର୍ଥାତ ବୁଧବାର ଏହି ମୂଲ୍ୟ ୩୯,୯୪୦ ଟଙ୍କା ଥିଲା । 

About the Author