Advertisement
Article Detail0/zeeodisha/odisha663818
Zee OdishaOdisha National-Internationalବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଅନ୍ୟପଟେ ଆଜି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ମଧ୍ୟ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୩୬୦ ଟଙ୍କା ପହଞ୍ଚିଛି । ପୂର୍ବଦିନ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୩୫୦ ଟଙ୍କା ଥିଲା । 

ବଢ଼ିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁରେ ମୂଲ୍ୟରେ କ୍ରମାଗତ ହ୍ରାସ ରେକର୍ଡ କରାଯାଉଛି । ଯାହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡୁଛି । ଆଜି(ରବିବାର)  ଦେଶରେ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୧,୫୧୦ ଟଙ୍କା ରହିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୧,୫୦୦ ଟଙ୍କାରେ ବନ୍ଦ ହୋଇଥିଲା । 

ଅନ୍ୟପଟେ ଆଜି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ମଧ୍ୟ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୩୬୦ ଟଙ୍କା ପହଞ୍ଚିଛି । ପୂର୍ବଦିନ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୩୫୦ ଟଙ୍କା ଥିଲା । 

ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୦୩୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୪,୦୨୦ ଟଙ୍କାରେ ବନ୍ଦ ହୋଇଥିଲା । 

Add Zee News as a Preferred Source

ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୧୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୩୬୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଅର୍ଥାତ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୦,୩୫୦ ଟଙ୍କା ଥିଲା । 

About the Author