• ଆଜି ବିଜ୍ଞାନ ଓ ବାଣିଜ୍ୟ ଦ୍ଵାଦଶ ଶ୍ରେଣୀ ଫଳାଫଳ
  • orissaresults.nic.in ରେ ମିଳିବ ରେଜଲ୍ଟ
  • ଭୁବନେଶ୍ବରରେ ଶତ ପ୍ରତିଶତ କୋଭିଡ ଟିକାକରଣ: BMC
  • ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୯୩ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ଆଜି ୧,୫୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଆଜି ଅପରାହ୍‌ଣ ୩ଟା ୩୦ରେ SRC ପ୍ରଦୀପ ଜେନାଙ୍କ ପ୍ରେସ୍ ବିବୃତି
  • ଘୋଷଣା ହୋଇପାରେ ଅଗଷ୍ଟ ମାସର କୋଭିଡ୍ ଗାଇଡଲାଇନ୍
  • ସାର ସଙ୍କଟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଲେ CM ନବୀନ

ରାଜଧାନୀରେ ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଶୁକ୍ରବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୫୪୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ ୬୬୦ ଟଙ୍କାର ହ୍ରାସ ଘଟିଛି । 

ରାଜଧାନୀରେ ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Gold-Silver Rate: ଶୁକ୍ରବାର ଦେଶରେ ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ସେପଟେ ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗୁରୁବାର ସୁନା ମୂଲ୍ୟରେ ୬୦ ଟଙ୍କାର ହ୍ରାସ ଘଟି ଥିଲା । ଅନ୍ୟପଟେ ଶୁକ୍ରବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୫୦ ଟଙ୍କା ରହିଛି । ଯାହା ଗୁରୁବାର ଏହାର ମୂଲ୍ୟ ୪୮,୩୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ୧୦ ଗ୍ରାମ ସୁନା ଦର ୪୭,୩୫୦ ଟଙ୍କା ରହିଛି । ସେହିପରି ଗୁରୁବାର ଏହାର ମୂଲ୍ୟ ୪୭,୩୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ସେହିପରି ଶୁକ୍ରବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗୁରୁବାର ଦେଶରେ ରୁପା ମୂଲ୍ୟରେ ୧୦୦୦ ଟଙ୍କାର ହ୍ରାସ ଘଟି ଥିବାବେଳେ ଶୁକ୍ରବାର ରୁପା ମୂଲ୍ୟରେ ୧୭୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୮,୬୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୦,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୮୬୦ ଟଙ୍କା ରହିଛି । ଯାହା ଗୁରୁବାର ୭,୦୩୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଟିକିରୀ ସୀମାରେ ପେଟ୍ରୋଲ ଢାଳି ଜଣେ ବ୍ୟକ୍ତିଙ୍କୁ ଜାଳି ଦେଲେ ପ୍ରଦର୍ଶନକାରୀ!

ଶୁକ୍ରବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୫୪୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ ୬୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୨୭୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୩୦ ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୬୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୨୫୦ ଟଙ୍କାରେ ପହଞ୍ଚିଛି । ସେପଟେ ଗୁରୁବାର ଏହାର ମୂଲ୍ୟ ୪୪,୮୫୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ଶୁକ୍ରବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗୁରୁବାର ରାଜଧାନୀରେ ରୁପା ମୂଲ୍ୟରେ ୧୧୦୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ଶୁକ୍ରବାର ରୁପା ମୂଲ୍ୟରେ ୧୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୪,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୫,୧୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୪୦୦ ଟଙ୍କା ରହିଛି । ଯାହା ଗୁରୁବାର ୭,୫୧୦ ଟଙ୍କା ଥିଲା ।