• ବଙ୍ଗୋପସାଗରରେ ସକ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି
  • ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ୩୦ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା
  • ଅତିରିକ୍ତ SP ତଦନ୍ତ କରୁଛନ୍ତି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ
  • କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଓଭରସିଅର ନିଖୋଜ
  • ଗତ ୨୨ ତାରିଖ ଦିନଠାରୁ ଧନୁର୍ଜ୍ୟ ଧୋବାଙ୍କ ପତ୍ତା ମିଳୁନଥିବା ଅଭିଯୋଗ
  • ରାଜ୍ୟରେ ଦିନକରେ ଆଉ ୫୪୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
  • ଉଭୟ ଛତିଶଗଡ଼ ଠୁଆପାଣି ଅଞ୍ଚଳର ହୋଇଥିବା ଜଣାପଡିଛି

କୋରୋନା କାଳରେ ଆସିଲା ଆଶ୍ୱସ୍ତିକର ଖବର

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୁସ୍ଥ ସଂଖ୍ୟା ଜୁନ୍ ୩ରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି । ସେହି ସମୟରେ ଭାରତରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ରେକର୍ଡ ଥିବା ବେଳେ ସେହି ସଂଖ୍ୟା ସେପ୍ଟେମ୍ବର ୨୮ ଅର୍ଥାତ୍ ଆଜି ସୁଦ୍ଧା ୫୦ ଲକ୍ଷ ଛୁଇଁଛି । 

କୋରୋନା କାଳରେ ଆସିଲା ଆଶ୍ୱସ୍ତିକର ଖବର

ଜିନୁ ଜେନା, ନୂଆଦିଲ୍ଲୀ: କୋରୋନା (COVID-19 ) ସଂକଟ କାଳରେ ପ୍ରଭାବଶାଳୀ ଟୀକା (Effective Vaccine) ଆସିନଥିବା ବେଳେ ସବୁଠୁ ଏକ ବଡ଼ ତଥା ଆତ୍ମସନ୍ତୋଷ ଦେଲା ଭଲି ଖବର ଆସି ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Health & Family Welfare Ministry) ସୂଚନା ଅନୁଯାୟୀ ଦେଶରେ କୋରୋନାରୁ ଆରୋଗ୍ୟ ସଂଖ୍ୟା ଏବେ ସୁଦ୍ଧା ୫୦ ଲକ୍ଷ ଅତିକ୍ରମ କରିଛି । କେବଳ ଗତ ୧୧ ଦିନରେ ୧୦ ଲକ୍ଷ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୁସ୍ଥ ସଂଖ୍ୟା ଜୁନ୍ ୩ରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି । ସେହି ସମୟରେ ଭାରତରେ ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ରେକର୍ଡ ଥିବା ବେଳେ ସେହି ସଂଖ୍ୟା ସେପ୍ଟେମ୍ବର ୨୮ ଅର୍ଥାତ୍ ଆଜି ସୁଦ୍ଧା ୫୦ ଲକ୍ଷ ଛୁଇଁଛି । ଦେଶରେ ପ୍ରତିଦିନ ୯୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ସୁସ୍ଥ ସଂଖ୍ୟା ସକ୍ରିୟ କୋରୋନା ସଂକ୍ରମଣ ଠାରୁ ୫ ଗୁଣା ଅଧିକ ରହିଛି । 

ମନ୍ତ୍ରଣାଳୟ ଟ୍ୱିଟ କରି କୁହାଯାଇଛି, 'ଉନ୍ନତ ଚିକିତ୍ସା ଭିତ୍ତିଭୂମି (Improved medical infrastructure), ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ବ୍ୟବସ୍ଥା (Standard treatment protocol system), ଡାକ୍ତର, ପାରାମେଡିକାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତା ପାଇଁ ଏହି ସଫଳତା ମିଳିଛି ।

ରବିବାର ୯୨ ହଜାର ୪୩ ଜଣ ସୁସ୍ଥ ହୋଇଥିଲେ । ଯେଉଁଥିରୁ ୭୬% ସୁସ୍ଥ ମାମଲା ୧୦ଟି ରାଜ୍ୟ (State), କେନ୍ଦ୍ର ଶାସିତ ଅଞ୍ଚଳ (Union Territory) ରୁ ଆସିଛି । ଏହି ସବୁ ରାଜ୍ୟ ହେଲେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଓଡିଶା, ଦିଲ୍ଲୀ, ଛତିଶଗଡ, କେରଳ, ପଶ୍ଚିମ ବଙ୍ଗ । ଏହି ରାଜ୍ୟରେ ସୁସ୍ଥ ହାର ଆଗାମୀ ଦିନରେ ବଢିବ ।