Advertisement
Article Detail0/zeeodisha/odisha670348
Zee OdishaOdisha National-Internationalକୋରୋନା ସଙ୍କଟ ମଧ୍ୟରେ ଭଲ ଖବର ଦେଲେ ସରକାର

କୋରୋନା ସଙ୍କଟ ମଧ୍ୟରେ ଭଲ ଖବର ଦେଲେ ସରକାର

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମିତ କୋରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା  ୧୭ ହଜାର ୬୫୬ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୦ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି ।

କୋରୋନା ସଙ୍କଟ ମଧ୍ୟରେ ଭଲ ଖବର ଦେଲେ ସରକାର

ନୂଆଦିଲ୍ଲୀ: ଦେଶରେ ଜାରି କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ତରଫରୁ ଏକ ଆଶ୍ୱସ୍ତିକର ଖବର ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୭.୫ ଦିନରେ ଦେଶରେ କୋରୋନା ମାମଲା ଦ୍ୱିଗୁଣିତ ହୋଇଛି । ପ୍ରଥମେ ଏହା ୩.୪ ଦିନରେ ଦ୍ୱିଗୁଣିତ ହେଉଥିଲା । ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲକଡାଉନ୍ ପୂର୍ବରୁ ୩.୪ ଦିନରେ କୋରୋନା ଭୂତାଣୁ ମାମଲା ଦ୍ୱିଗୁଣିତ ହେଉଥିଲା, ବର୍ତ୍ତମାନ ଏହା ହେବାକୁ ୭ ଦିନ ଲାଗୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମିତ କୋରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା  ୧୭ ହଜାର ୬୫୬ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୦ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୪୦ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୫୫୯ ଜଣଙ୍କ ମୃତ୍ୟୁ ହୋଇଛି । ଯଦିଓ ୨୮୪୨ କୋରୋନା ଆକ୍ରାନ୍ତ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

ଅନ୍ୟପଟେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅବଶ୍ୟ ଏପ୍ରିଲ୍ ୨୦ରୁ ଲକଡାଉନ୍ ସମୟରେ କିଛି ଅଞ୍ଚଳରେ କିଛି ଆଶ୍ୱସ୍ତି ମଧ୍ୟ ଦିଆଯାଇଛି, ଯେଉଁଠାରେ କୋରୋନା ମାମଲା କମ୍ ରହିଛି ବା ଆଦୌ ନାହିଁ ।

Add Zee News as a Preferred Source
About the Author