ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା PAYTM

ଲଗାତାର ଭାବେ ଏହାର ଗ୍ୟାମ୍ବଲିଂ ପଲିସି ଉଲ୍ଲଙ୍ଘନ କରୁଥିବାରୁ ଗୁଗୁଲ୍ ଏହାର ପ୍ଲେ ଷ୍ଟୋର, ଭାରତୀୟ ଅନଲାଇନ୍ ମନି ଟ୍ରାନଫର୍ ଓ ୱାଲେଟ୍ ଆପ୍ଲିକେସନ୍ PAYTMକୁ ହଟାଇ ଦେଇଛି। ଲଗାତାର ଭାବେ PAYTM ଗୁଗୁଲ୍ ପଲିସିର ଉଲ୍ଲଙ୍ଘନ କରୁଥିବାର ଅଭିଯୋଗ ରହିଛି। ବାରମ୍ବାର ଚେତାବନୀ ସତ୍ତ୍ୱେ ମଧ୍ୟ PAYTM ଏହାର ଫାଣ୍ଟାସି କ୍ରିକେଟ୍ ଅଭିଯାନ ଜାରି ରଖିଥିବାରୁ

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା PAYTM

ନୂଆଦିଲ୍ଲୀ: ଲଗାତାର ଭାବେ ଏହାର ଗ୍ୟାମ୍ବଲିଂ ପଲିସି ଉଲ୍ଲଙ୍ଘନ କରୁଥିବାରୁ ଗୁଗୁଲ୍ ଏହାର ପ୍ଲେ ଷ୍ଟୋର, ଭାରତୀୟ ଅନଲାଇନ୍ ମନି ଟ୍ରାନଫର୍ ଓ ୱାଲେଟ୍ ଆପ୍ଲିକେସନ୍ PAYTMକୁ ହଟାଇ ଦେଇଛି। ଲଗାତାର ଭାବେ PAYTM ଗୁଗୁଲ୍ ପଲିସିର ଉଲ୍ଲଙ୍ଘନ କରୁଥିବାର ଅଭିଯୋଗ ରହିଛି। ବାରମ୍ବାର ଚେତାବନୀ ସତ୍ତ୍ୱେ ମଧ୍ୟ PAYTM ଏହାର ଫାଣ୍ଟାସି କ୍ରିକେଟ୍ ଅଭିଯାନ ଜାରି ରଖିଥିବାରୁ ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ PAYTMକୁ ଏହା ହଟାଇ ଦେଇଛି।

ଗୁଗୁଲ୍ ପଲିସି ହିସାବରେ ଏହା କୌଣସି ପ୍ରକାରର ସ୍ପୋର୍ଟିଂ ଗ୍ୟାମ୍ବଲିଂକୁ ପ୍ରୋତ୍ସାହନ ଦେଇ ନଥାଏ। ତେବେ ଅନେକ ଆପ୍ଲିକେସନ୍ କ୍ରିକେଟ୍ ସିଜିନ୍ ସମୟରେ ଖାସ୍ କରି ଅନଲାଇନ୍ ଗ୍ୟାମ୍ବଲିଂକୁ ପ୍ରୋତ୍ସାହନ ଦେଉଥିବା ଗୁଗୁଲ୍ ନଜରକୁ ଆସିଛି। ଆଉ ସେଇଥି ପାଇଁ ଗୁଗୁଲ୍ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଏ ବାବଦରେ ଆଜି PAYTM ତରଫରୁ ଟ୍ୱିଟ୍ ମଧ୍ୟ କରାଯାଇଛି। 

ଯଦିଓ PAYTM ଦାବି କରିଛି ପ୍ଲେ-ଷ୍ଟୋରରୁ ହଟିବା ସାମୟିକ ଏବଂ ଖୁବଶୀଘ୍ର PAYTM ପ୍ଲେ-ଷ୍ଟୋରରେ ପୁନଃ ଉପଲବ୍ଧ ହେବ, କିନ୍ତୁ ଯେଉଁ ଶୈଳୀରେ ଗୁଗୁଲ୍ ଏହାକୁ ହଟାଇଛି, ପୁନର୍ବାର ପ୍ଲେ-ଷ୍ଟୋରକୁ ଫେରିବା PAYTM ପାଇଁ କାଠିକର ପାଠ ହେବ। କହି ରଖୁଛୁ କି, PAYTM ଭାରତର ସଫଳତମ ଷ୍ଟାର୍ଟଅପ୍। ଏବଂ ପ୍ରତିମାସରେ ପାଖାପାଖି ୫ କୋଟି ୟୁଜର୍ସ ଏହା ସହ ଯୋଡ଼ି ହୁଅନ୍ତି।