ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Mohfw) କୋଭିଶିଲ୍ଡର (Covishield) ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି । ଦ୍ୱିତୀୟ ଡୋଜର ବ୍ୟବଧାନ ପୂର୍ବରୁ ଦୁଇଥର ବୃଦ୍ଧି ପାଇଥିଲା, କିନ୍ତୁ ଏଥର ବ୍ୟବଧାନ ହ୍ରାସ କରାଯାଇଛି । ଏହା କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି । ନୂତନ ଗାଇଡଲାଇନ ପରେ ବର୍ତ୍ତମାନ କିଛି ବର୍ଗଙ୍କ ପାଇଁ ୮୪ ଦିନ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ୨୮ ଦିନ ପରେ ମଧ୍ୟ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ନିଆ ଯାଇପାରିବ । ଯଦିଓ କୋଭାକ୍ସିନ (Covaxin) ପାଇଁ ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ମାତ୍ର ୨୮ ଦିନ ରହିଛି । ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।


COMMERCIAL BREAK
SCROLL TO CONTINUE READING

ତୃତୀୟ ଥର ପାଇଁ କୋଭିଶିଲ୍ଡର ଉଭୟ ଡୋଜର ବ୍ୟବଧାନ ପରିବର୍ତ୍ତନ କରାଯାଇଛି । ୧୬ ଜାନୁଆରୀରେ ଯେତେବେଳେ ଟିକାକରଣ (Vaccination) ଆରମ୍ଭ ହୋଇଥିଲା ସେତବେଳେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ଦୁଇଟି ଡୋଜର ବ୍ୟବଧାନ ୨୮ରୁ ୪୨ ଦିନ ରଖାଯାଇଥିଲା । କିନ୍ତୁ ୨୨ ମାର୍ଚ୍ଚରେ କୋଭିଶିଲ୍ଡର ଦୁଇଟି ଡୋଜର ବ୍ୟବଧାନ ୪ ରୁ ୬ ସପ୍ତାହରୁ ୬ ରୁ ୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ଏହାପରେ ୧୩ ମଇରେ ଏହି ବ୍ୟବଧାନ ୧୨ ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା ।


ଅଧିକ ପଢ଼ନ୍ତୁ: ୧୩୮ କୋଟି ଟଙ୍କାରେ ବିକ୍ରି ହେଲା ଏହି ମୁଦ୍ରା! ଜାଣନ୍ତୁ ଏଥିରେ କ’ଣ ରହିଛି ବିଶେଷତା


କ’ଣ କହୁଛି ନୂତନ ଗାଇଡଲାଇନ?
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର (Ministry of Health) ନୂତନ ଗାଇଡଲାଇନ ଅନୁଯାୟୀ ଯେଉଁମାନେ କୋଭିଶିଲ୍ଡର ପ୍ରଥମ ଡୋଜ ପାଇଛନ୍ତି ଓ ସେମାନଙ୍କୁ ବିଦେଶ ଭ୍ରମଣ କରିବାକୁ ଅଛି । ସେମାନଙ୍କ ପାଇଁ ଏହି ବିଦେଶୀ ଯାତ୍ରା ଅଧ୍ୟୟନ, ରୋଜଗାର ଓ ଅଲିମ୍ପିକରେ ଭାଗ ନେବା ପାଇଁ ହୋଇପାରେ । ଏହିପରି ଲୋକଙ୍କୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଏହାପୂର୍ବରୁ ସେମାନେ ଦ୍ୱିତୀୟ ଡୋଜ ମଧ୍ୟ ନେଇପାରିବେ ।


ଅଧିକ ପଢ଼ନ୍ତୁ: ATM ରୁ ଟଙ୍କା ଉଠାଇବାର ନିୟମ ବଦଳାଇଲା RBI, ଏବେ ଦେବାକୁ ପଡିବ ଅଧିକ ଚାର୍ଜ


ଏହାପୂର୍ବରୁ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ମଙ୍ଗଳବାର ଦିନ କହିଛନ୍ତି ଯେ କୋଭିଶିଲ୍ଡର ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନ ପରେ ଦ୍ୱିତୀୟ ଡୋଜ ଦିଆଯିବ, ଯେଉଁମାନେ ବିଶେଷ କାରଣରୁ ବିଦେଶ ଯିବା ଆବଶ୍ୟକ କରନ୍ତି । ସିଦ୍ଧୁ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଦ୍ୱାରା ନିଯୁକ୍ତ ଦକ୍ଷ ଅଧିକାରୀ ୮୪ ଦିନ ଧାର୍ଯ୍ୟ ବ୍ୟବଧାନ ପୂର୍ବରୁ ଦ୍ୱିତୀୟ ଡୋଜକୁ ଅନୁମତି ଦେବା ପୂର୍ବରୁ ତଦନ୍ତ କରିବେ ।