Advertisement
Article Detail0/zeeodisha/odisha691049
Zee OdishaOdisha National-Internationalଗର୍ଭିଣୀ ହାତୀ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ: ପ୍ରକାଶ ଜାଭଡ଼େକର

ଗର୍ଭିଣୀ ହାତୀ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ: ପ୍ରକାଶ ଜାଭଡ଼େକର

ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଗର୍ଭିଣୀ ହାତୀ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ: ପ୍ରକାଶ ଜାଭଡ଼େକର

ନୂଆଦିଲ୍ଲୀ: ଗର୍ଭିଣୀ ହାତୀକୁ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର। ଘଟଣାରେ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହିତ କଡ଼ା ନିନ୍ଦା କରିଛନ୍ତି। ଘଟଣାକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି ବୋଲି ସେ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି। 

ସେ ଟ୍ୱିଟରରେ ଲେଖିଛନ୍ତି କି, କେରଳର ମଲ୍ଲପୁରମରେ ଏକ ଗର୍ଭିଣୀ ହାତୀର ହତ୍ୟା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଏହାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସରକାର। ଦୋଷୀଙ୍କୁ କଦାପି କ୍ଷମା କରାଯିବ ନାହିଁ। ପଶୁଙ୍କୁ ବାଣ ଖୁଆଇବା ଆଉ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି। 

ସେପଟେ କେରଳର ସରକାର କହିଛନ୍ତି କି, ପଲକ୍କଡ଼ ଜିଲ୍ଲାରେ ଗର୍ଭିଣୀ ହାତୀକୁ ହତ୍ୟା ଘଟଣାର ତଦନ୍ତ ଭାର ବନ୍ୟଜନ୍ତୁ ଅପରାଧ ତଦନ୍ତ ଟିମକୁ ହସ୍ତାନ୍ତର କରାଯାଇଛି। ଏହି ଗର୍ଭିଣୀ ତଥା ଭୋକିଲା ହାତୀକୁ ବାରୁଦ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା କରାଯାଇଥିଲା। ଉକ୍ତ ହାତୀଟି ସପୁରୀ ଖାଇବା ପରେ ତା ପାଟିରେ ଫାଟି ଯାଇଥିଲା। ପରେ ଉକ୍ତ ହାତୀ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଏକ ପୋଖରୀରେ ପଶି ରହିଥିଲା। ମାତ୍ର ସେଠାରେ ତାହାର ମୃତ୍ୟୁ ହୋଇଯାଇଥିଲା। 

Add Zee News as a Preferred Source

ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଦେଶ ଏକ ପ୍ରକାର ମର୍ମାହତ ହୋଇ ପଡ଼ିଥିଲା। ଏନେଇ ସୋସିଆଲ ମିଡ଼ିଆରେ ବେଶ କ୍ଷୋଭଭରା ବାର୍ତ୍ତା ସାମ୍ନାକୁ ଆସିଥିଲା। ତେବେ ଏହି ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖିଥିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସୂଚନା ଦେଇଛନ୍ତି। 

 

About the Author