Advertisement
Article Detail0/zeeodisha/odisha2686000
Zee OdishaOdisha National-InternationalOnline Game: ଅନଲାଇନ୍ ଗେମ୍ କୁ ନେଇ ସରକାର ଅସହାୟ, ରାଜ୍ୟ କେନ୍ଦ୍ର ସମନ୍ୱୟ ପାଇଁ ଆହ୍ୱାନ

Online Game: ଅନଲାଇନ୍ ଗେମ୍ କୁ ନେଇ ସରକାର ଅସହାୟ, ରାଜ୍ୟ କେନ୍ଦ୍ର ସମନ୍ୱୟ ପାଇଁ ଆହ୍ୱାନ

Online Game: ଦିନକୁ ଦିନ ବଢି ଚାଲିଛି  ଅନଲାଇନ ଖେଳ ନାଁରେ ଗ୍ୟାମ୍ବଲିଙ୍ଗ ବା ଜୁଆ କାରବାର। ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ନା  କୋଣରେ  କାହାର ଜୀବନ ଏଥିରେ ଯାଉଛି। କେବଳ ରାଜ୍ୟ ନୁହେଁ ସାରା ଦେଶ ଏଥିର ପ୍ରଭାବିତ ହେଉଥିବାବେଳେ ଆଜି ଲୋକସଭାରେ କେନ୍ଦ୍ର ସରକାର ନିଜର ଅସହାୟତା ପ୍ରକାଶ  କରିଛନ୍ତି। 

Online Game: ଅନଲାଇନ୍ ଗେମ୍ କୁ ନେଇ ସରକାର ଅସହାୟ, ରାଜ୍ୟ କେନ୍ଦ୍ର ସମନ୍ୱୟ ପାଇଁ ଆହ୍ୱାନ

Online Game: ଦିନକୁ ଦିନ ବଢି ଚାଲିଛି  ଅନଲାଇନ ଖେଳ ନାଁରେ ଗ୍ୟାମ୍ବଲିଙ୍ଗ ବା ଜୁଆ କାରବାର। ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ନା  କୋଣରେ  କାହାର ଜୀବନ ଏଥିରେ ଯାଉଛି। କେବଳ ରାଜ୍ୟ ନୁହେଁ ସାରା ଦେଶ ଏଥିର ପ୍ରଭାବିତ ହେଉଥିବାବେଳେ ଆଜି ଲୋକସଭାରେ କେନ୍ଦ୍ର ସରକାର ନିଜର ଅସହାୟତା ପ୍ରକାଶ  କରିଛନ୍ତି। ତାମିଲନାଡୁର ଜଣେ ଲୋକସଭା ସଦସ୍ୟ ଜ୍ୟୋତିମଣି  ଆଜି ଲୋକସଭାରେ ଏନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।  ତାଙ୍କ ରାଜ୍ୟ ଏ ନେଇ ଏକ ଦୃଢ ଆଇନ କାର୍ଯ୍ୟକାରୀ କରିଥିଲା ମଧ୍ୟ ତାହା ଏପରି କାର୍ଯ୍ୟକଳାପକୁ ରୋକିବାରେ ସମର୍ଥ ହେଉନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଅଣ ଲାଇନ ଖେଳର ଏକ ବ୍ୟାପକ ପ୍ରଭାବ ରହିଥିବାରୁ କେନ୍ଦ୍ର ସରକାର ଏ ଦିଗରେ ଦୃଢ ଆଇନ ପରିଚାଳନା କରିବାକ ସେ ଦାବି କରିଥିଲେ। ରାଜ୍ୟ ସରକାର ରାଜ୍ୟର ଏଭଳି ସାଇଟକୁ ପ୍ରତିବନ୍ଧକ କରିଥିଲେ ମଧ୍ୟ ଇଣ୍ଟରନେଟରେ ଏହାକୁ ବନ୍ଦ କରାଯାଇପାରୁନାହିଁ। ଏଣୁ ସାରା ଦେଶରେ ଏହାକୁ ବନ୍ଦ  କରିବା ନେଇ ସେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏ ବିଷୟର ଉତ୍ତର ଉପସ୍ଥାପନାର ନିଜ ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଜୁଆ ଏକ ରାଜ୍ୟ ବିଷୟ। ସମ୍ବିଧାନ ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ ଲାଗି ବ୍ୟବସ୍ଥ କରିପାରିବେ। ଯେତେବେଳେ ରାଜ୍ୟ ବା ରାଜ୍ୟ ପୋଲିସ ଅଥବା କୌଣସି ଆନ୍ତର୍ଜାତିକ ସଂସ୍ଥା ଏ ବିଷୟର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରେ।  ସେତେବେ କେନ୍ଦ୍ର ସହାୟତା  କରିଥାଏ । ଅପରପକ୍ଷେ,  ଅନଲାଇନ କାରବାର କେନ୍ଦ୍ରର ବିଷୟ। ଏଣୁ ଦୁଇଟି ଯାକ ବିଷୟକୁ ନେଇ ପ୍ରତିବନ୍ଧକ ଲଗାଇବା ଅନ୍ୟଥା ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ଜଟିଳ ହୋଇଛି। 

ବିଗତ ଦିନଗୁଡିକରେ କେନ୍ଦ୍ରସରକାର ନୂଆ ଆଇନ ପ୍ରଣୟନ କରିଛନ୍ତି।  ଆଇଟି ଆଇନ 2020, ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ, ଟେଲିକମ ଆଇନ ଭଳି  କଠୋର ଆଇନର ବ୍ୟବସ୍ଥା ଏହି କ୍ଷେତ୍ରର ଏକ ଆଇନଗତ ଢାଞ୍ଚା ସୄଷ୍ଟି  କରିଛି। ଏହି ଆଇନକୁ ବ୍ୟବହାର କରି କେନ୍ଦ୍ର ସରକାର 1097 ଅନ ଲାଇନ ଗେମିଙ୍ଗ ସାଇଟ କୁ ଭାରତର ବନ୍ଦ  କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। 

Add Zee News as a Preferred Source
About the Author