ଲୋକଙ୍କୁ ନଗଦ ସାହାଯ୍ୟ ନ ଦେଇ ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରୁଛନ୍ତି ସରକାର: ରାହୁଲ

ଏକ ଖବରକାଗଜର ଖବର ସେୟାର କରି ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, "ସରକାର ଲୋକ ଓ ଏମଏସଏମଇକୁ ନଗଦ ସହାୟତା ପ୍ରଦାନ କରିବାକୁ ମନା କରି ଆମ ଅର୍ଥ ବ୍ୟବସ୍ଥାକୁ ସକ୍ରିୟ ଭାବରେ ନଷ୍ଟ କରୁଛନ୍ତି । ଏହା ହେଉଛି ବିମୁଦ୍ରୀକରଣ 2.0 । " 

ଲୋକଙ୍କୁ ନଗଦ ସାହାଯ୍ୟ ନ ଦେଇ ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରୁଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ: ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ । ଶନିବାର କଂଗ୍ରେସ ନେତା କେନ୍ଦ୍ର ସରକାର ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଏମଏସଏମଇ ସେକ୍ଟର(ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଶିଳ୍ପ)କୁ ନଗଦ ସହାୟତା ନ ଦେଇ ଅର୍ଥ ବ୍ୟବସ୍ଥାକୁ ବର୍ବଦା କରୁଛନ୍ତି । ରାହୁଲ ଏହାକୁ ବିମୁଦ୍ରୀକରଣ ସହିତ ତୁଳନା କରି ବିମୁଦ୍ରୀକରଣ ୨.୦ କହିଛନ୍ତି ।

ଏକ ଖବରକାଗଜର ଖବର ସେୟାର କରି ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, "ସରକାର ଲୋକ ଓ ଏମଏସଏମଇକୁ ନଗଦ ସହାୟତା ପ୍ରଦାନ କରିବାକୁ ମନା କରି ଆମ ଅର୍ଥ ବ୍ୟବସ୍ଥାକୁ ସକ୍ରିୟ ଭାବରେ ନଷ୍ଟ କରୁଛନ୍ତି । ଏହା ହେଉଛି ବିମୁଦ୍ରୀକରଣ 2.0 । " ଏହା ଧ୍ୟାନ ଦେବା ଜରୁରୀ ଯେ ଗତ କିଛି ସପ୍ତାହ ଧରି ରାହୁଲ ଗାନ୍ଧୀ ଓ କଂଗ୍ରେସ ସରକାରଙ୍କ ଠାରୁ ଦାବି କରିଛନ୍ତି ଯେ ଗରିବ, ଶ୍ରମିକ ଏବଂ ଏମଏସଏମଇ ସେକ୍ଟରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ସେ କହିଛନ୍ତି ଯେ, ଆସନ୍ତା ଛଅ ମାସ ପାଇଁ ଲୋକଙ୍କ ଆକାଉଣ୍ଟକୁ ମାସକୁ ୭୫୦୦ ଟଙ୍କା ପଠାଯିବା ଉଚିତ ଏବଂ ତୁରନ୍ତ ୧୦ ହଜାର ଟଙ୍କା ଦିଆଯିବା ଆବଶ୍ୟକ ।

ଏହାପୂର୍ବରୁ ଶୁକ୍ରବାର କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକଡାଉନକୁ ନେଇ ଟାର୍ଗେଟ କରିଥିଲେ । ସେ ନିଜ ଟ୍ୱିଟରେ ୬ଟି ଦେଶର ଗ୍ରାଫ ମାଧ୍ୟମରେ ଏହା ଦର୍ଶାଇଛନ୍ତି ଯେ, ମାର୍ଚ୍ଚ ୨୫ରେ ଭାରତରେ କୋରୋନା ଭାଇରସ ମହାମାରୀ ସଂପର୍କରେ ଲାଗୁ ହୋଇଥିବା ଲକଡାଉନ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି । ମାର୍ଚ୍ଚ ଶେଷରେ କେନ୍ଦ୍ର ସରକାର ବିଶ୍ୱର ସର୍ବବୃହତ ଲକଡାଉନ୍ ଲାଗୁ କରିଥିଲେ ।