ସଚିନ ପାଇଲଟଙ୍କୁ ହଟାଯିବା ପରେ ଗୋବିନ୍ଦ ସିଂହ ଡଟସାରା ନୂତନ ରାଜସ୍ଥାନ କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି।
Trending Photos
ଜୟପୁର: ରାଜସ୍ଥାନରେ କ୍ଷମତାସୀନ ଥିବା ଶାସକ କଂଗ୍ରେସରେ ଦେଖା ଯାଇଥିବା ଅନ୍ତଃତକନ୍ଦଳ ଏବେ ଜାରି ରହିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କ ଦଳୀୟ ଶୃଙ୍କଳା ଭଙ୍ଗ ଏବଂ ଖୋଲାଖୋଲି ବିଦ୍ରୋହ ପରେ ରାଜସ୍ଥାନରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି ।
ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଇ ଦଳ ପକ୍ଷରୁ ରାଜ୍ୟ କଂଗ୍ରେସର ସଭାପତି ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ହଟାଯାଇଛି । ତାଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଡଟସାରାଙ୍କୁ ରାଜସ୍ଥାନ ପ୍ରଦେଶ କମିଟିର ସଭାପତି ଭାବେ ନିଯ଼ୁକ୍ତ କରାଯାଇଛି। ଅନ୍ୟପଟେ ସରକାରଙ୍କ ପକ୍ଷରକୁ ପାଇଲଟଙ୍କୁ ସମର୍ଥନ କରୁଥିବା ୧୮ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ ନୋଟିସ ଜାରି କରିଛନ୍ତି ଏବଂ ୨ ମନ୍ତ୍ରୀ ବିଶ୍ୱଭନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ କ୍ୟାବିନେଟରୁ ବରଖାସ୍ତ କରାଯାଇଛି।
ବର୍ତ୍ତମାନ ରାଜସ୍ଥାନରେ କ୍ଷମତାସୀନ ଥିବା ଗେହଲୋତ ସରକାରରେ ଶିକ୍ଷାମନ୍ତ୍ରୀ ଡଟସାରାଙ୍କୁ ରାଜସ୍ଥାନ କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯିବା ପରେ ସେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଲ, ଅଶୋକ ଗେହଲୋଟ୍, ଅବିନାଶ ପାଣ୍ଡେ, ରଣଦୀପ ସିଂ ସୁରଜେୱାଲା, ଅଜୟ ମାକେନ୍, କାଜୀ ନିଜାମୁଦ୍ଦିନ, ଦେବେନ୍ଦ୍ର ଯାଦବ, ତରୁଣ କୁମାର କଂଗ୍ରେସ, ବିବେକ ସାଥୀ ମାନସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
कांग्रेस पार्टी द्वारा मुझ जैसे एक छोटे से कार्यकर्ता को प्रदेश कांग्रेस अध्यक्ष जैसी महत्वपूर्ण ज़िम्मेदारी देने पर @INCIndia अध्यक्षा आदरणीय सोनिया गाँधी जी, @RahulGandhi जी @priyankagandhi जी,संगठन महामंत्री @kcvenugopalmp जी, मुख्यमंत्री @ashokgehlot51 जी, @avinashpandeinc जी
— Govind Singh Dotasra (@GovindDotasra) July 14, 2020
ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି କଂଗ୍ରେସ ମୋ ପରି ଜଣେ ସାଧାରଣ କର୍ମୀଙ୍କୁ ରାଜ୍ୟ କଂଗ୍ରେସ ସଭାପତି ପଦର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ଦଳୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ସିକର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସାରିଛନ୍ତି ଡଟସାରା । ରାଜସ୍ଥାନ ବିଧାନସଭାରେ କଂଗ୍ରେସର ଏକ ପୂର୍ବତନ ଡେପୁଟି ହ୍ୱିପ୍ ଏବଂ ଜିଲ୍ଲାର ଲକ୍ଷ୍ମଣଗଡ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ୧୯୮୧ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ମିଡିଆ ଏବଂ ଯୋଗାଯୋଗ କମିଟିର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ। । ଏହା ସହିତ ୨୦୧୪ରୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଉପାଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ ।
ସେ ଅଶୋକ ଗେହଲୋଟ୍ ସରକାରରେ ୨୦୦୮ରୁ ୨୦୧୩ ୧୩ ତମ ରାଜସ୍ଥାନ ବିଧାନସଭା ସଦସ୍ୟ ମଧ୍ୟ ଥିଲେ । ୨୦୦୫ରେ ସୋଟାର ପଞ୍ଚାୟତ ସମିତି ଲକ୍ଷ୍ମଣଗଡର ପ୍ରଧାନ ଭାବରେ ଦୋଟାସ୍ରା ମଧ୍ୟ ନିର୍ବାଚିତ ହୋଇଥିଲେ । ୧୯୮୧ ମସିହାରେ ଅଖିଳ ଭାରତୀୟ ଛାତ୍ର ସଙ୍ଗଠନ-ଏନୟୁଆଇ(Nation Student Union of India-NSUI) ଯୋଗ ଦେଇ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ । ଜୁଲାଇ ୨୦୧୧ରେ କଂଗ୍ରେସ ଦଳର ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ପାଇଲଟଙ୍କୁ ବରଖାସ୍ତ କରିବାର ନିଷ୍ପତ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ମଙ୍ଗଳବାର ଦିନ ଜୟପୁରରେ କଂଗ୍ରେସ ବିଧାୟକ ଦଳର ଦ୍ୱିତୀୟ ବୈଠକରେ ଅନୁପସ୍ଥିତ ରହିବା ପରେ ସଚିନ ପାଇଲଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରେ ଗ୍ରହଣ କରିଥିଲା ।
ରବିବାର (ଜୁଲାଇ ୧୨, ୨୦୨୦) ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲୋତଙ୍କ ବିରୋଧରେ ବିଦ୍ରୋହ କରିବା ପରେ ରାଜସ୍ଥାନ ରାଜନୀତିରେ ହଟଚମଟ ଆରମ୍ଭ ହୋଇଥିଲା । ତାଙ୍କ ପଛରେ ୩୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ଜଣାଇଥିଲେ ସେ ।
ଗତ କିଛି ଦିନ ହେବ ରାଜସ୍ଥାନରେ କ୍ଷମତାସନ କଂଗ୍ରେସରେ ଦଳୀୟ ବିବାଦ ତେଜିବାରେ ଲାଗିଛି । ବିଧାୟକଙ୍କ ମାଧ୍ୟମରେ ବିଜେପି କଂଗ୍ରେସ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲୋତ ।