• ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌
  • ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍
  • ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ
  • ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି
  • ଉତ୍ତର ଭାରତରେ ବର୍ଷାର ତାଣ୍ଡବ
  • ଲଗାଣ ବର୍ଷାରେ ବେହାଲ ରାସ୍ତାଘାଟ, ଜନଜୀବନ
  • ୨୪ ଘଣ୍ଟା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍
  • ଗତକାଲି ସକାଳୁ ରେଡ୍‌ ଜାରି ରଖିଥିଲା ଭିଜିଲାନ୍ସ
  • କେରଳରେ ବର୍ଷା ପରେ ବନ୍ୟା ବିତ୍ପତ୍ତି

ନିର୍ଦ୍ଦେଶକ ଅଶ୍ୱିନ୍ ଓ ତାଙ୍କ ଟିମକୁ ବଲିଉଡରୁ ଅଫର

ନିକଟରେ ଗୋବିନ୍ଦା ଓଡ଼ିଶା ଆସି ଜୀ ସାର୍ଥକର ଡି.ଓ.ଡି. କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଓଡ଼ିଶାରେ ଓଡ଼ିଆ ଟିମ୍ ସହ କାର୍ଯ୍ୟ କରିବାପରେ ବେଶ୍ ଖୁସିହେବା ସହ ଜୀ ସାର୍ଥକ ଓ ଆଇଡଲ୍ ଓଡ଼ିଶା ଟିମକୁ ଉଚ୍ଚ ପ୍ରଶଂସା କରିଥିଲେ ।

ନିର୍ଦ୍ଦେଶକ ଅଶ୍ୱିନ୍ ଓ ତାଙ୍କ ଟିମକୁ ବଲିଉଡରୁ ଅଫର
(ଫାଇଲ ଫଟୋ)

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଓଡ଼ିଆ ନିର୍ଦ୍ଦେଶକଙ୍କ ସହ ଟେକନିସିଆନଙ୍କୁ ମିଳିଛି ବଲିଉଡକୁ ଅଫର (Bollywood Offer), ଏବଂ ଖୁସିର କଥା ହେଉଛି ଏ ଅଫର ଦେଇଛନ୍ତି ବଲିଉଡର କମେଡି କିଙ୍ଗ୍ ଗୋବିନ୍ଦା (Comedy King Govinda)। ନିକଟରେ ଗୋବିନ୍ଦା ଓଡ଼ିଶା (Odisha) ଆସି ଜୀ ସାର୍ଥକର ଡି.ଓ.ଡି. କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଓଡ଼ିଶାରେ ଓଡ଼ିଆ ଟିମ୍ ସହ କାର୍ଯ୍ୟ କରିବାପରେ ବେଶ୍ ଖୁସିହେବା ସହ ଜୀ ସାର୍ଥକ ଓ ଆଇଡଲ୍ ଓଡ଼ିଶା ଟିମକୁ ଉଚ୍ଚ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମର ସୁଟିଂ ଶେଷ ହେବା ପରେ ଫାଇନାଲ୍ ଆଉଟପୁଟ ଦେଖି ଗୋବିନ୍ଦା ଜୀ ସାର୍ଥକର ଟେକନିସିଆନ୍ ଟିମ୍ ଓ ଆଇଡଲ୍ ଓଡ଼ିଶାର ମୁଖ୍ୟ ତଥା ଯୁବ ନିର୍ଦ୍ଦେଶକ ଅଶ୍ୱିନ୍ ତ୍ରିପାଠୀଙ୍କୁ ବେଶ୍ ପ୍ରଶଂସା କରିବା ସହ ତାଙ୍କର ସମ୍ପୁର୍ଣ୍ଣ ଟିମ୍ କୁ ଗୋବିନ୍ଦା (Govinda) ନିଜେ ଅଭିନୟ କରିବାକୁ ଥିବା ବଲିଉଡର ଏକ ନୂଆ ମ୍ୟୁଜିକ ଭିଡିଓରେ ଅଫର ଦେଇଥିବା କଥା ଅଶ୍ୱିନ୍ ଜୀ ଓଡ଼ିଶାକୁ ସୂଚନା ଦେଇଛନ୍ତି । ଏବଂ ଅଶ୍ୱିନ ନିଜେ ଅତ୍ୟନ୍ତ ଖୁସିହେବା ସହ ଏକଥା କହିଛନ୍ତି ଆଇଡଲ୍ ଓଡ଼ିଶାର କ୍ରିଏଟିଭିଟି ଗୋବିନ୍ଦାଙ୍କୁ ଭଲ ଲାଗିବାର କାରଣ ହେଉଛି ଆଇଡଲ୍ ଓଡ଼ିଶା ସବୁବେଳେ ନୂଆକିଛି କରିବା ପାଇଁ ଚେଷ୍ଟା କରିଥାଏ । ଏବଂ ଟିମ୍ ରେ ଥିବା ଏଡ଼ିଟର ମାନସ କୁମାର ସାହୁ, ଡି.ଓ.ପି. ପ୍ରତାପ ରାଉତ, ଡି.ଆଇ ଗୁରୁ ସମସ୍ତେ ବଲିଉଡରେ ନିଜର କଳା କୌଶଳ ଦେଖାଇବା ଆଶାନେଇ ବେଶ୍ ଖୁସି ଅଛନ୍ତି ।

ସଫଳ ଅଭିନେତାରୁ ରାଜନେତା, ଆଉ ଏବେ ଗୀତିକାର ଭାବେ ନିଜର ପାରଦର୍ଶୀତା ପ୍ରତିପାଦନ କରୁଛନ୍ତି ଗୋବିନ୍ଦା (Actor Govinda) । ଓଡ଼ିଶା ସହ ତାଙ୍କର ସମ୍ପର୍କ ପୁରୁଣା। ଗତ କିଛି ବର୍ଷ ହେବ ସେ ଲଗାତର କୌଣସି ନା କୌଣସି କାମରେ ଓଡ଼ିଶା ଆସୁଛନ୍ତି। ୨୦୧୯ ମେ'ରେ ବରଗଡ, ଜୁରେ ପୁରୀ, ୨୦୨୦ ଜାନୁଆରୀରେ ଭୁବନେଶ୍ୱର ଓ ୨୦୨୧ ମାର୍ଚ୍ଚରେ ପୁରୀ ଆସିଥିଲେ। ଅଧିକାଂଶ ସମୟରେ ସେ ତାଙ୍କ ପତ୍ନୀ ସୁନିତାଙ୍କୁ ନେଇ ଜଗନ୍ନାଥ ଧାମ ଆସନ୍ତି ଏବଂ ମହାପ୍ରଭୁଙ୍କ ଦର୍ଶନ କରନ୍ତି।

ସୂଚନାଯୋଗ୍ୟ, ୧୯୯୪ରେ ମୁକ୍ତିଲାଭ କରିଥିବା ରାଜା ବାବୁ (Raja Babu) ଫିଲ୍ମରୁ ଗୋବିନ୍ଦା ଓ ଶକ୍ତି କପୁରଙ୍କୁ ଯୋଡୀ ବଲିଉଡରେ ହିଟ୍ ହୋଇଥିଲା। ଫିଲ୍ମରେ ଗୋବିନ୍ଦା, ରାଜା ବାବୁ ଭୂମିକାରେ ଅଭିନୟ କରିଥିବା ବେଳେ ଶକ୍ତି କପୁର କମିକ ରୋଲ ନନ୍ଦୁ ଭାବେ ନଜର ଆସିଥିଲେ। ରାଜା ବାବୁ ପରେ ଦିୱାନା ମସ୍ତାନା, ସାଜନ ଚଲେ ଶୁଶୁରାଲ, ଶୋଲା ଔର ସବନମ, ଆଖେଁ, ଯୋଡି ନଂ ୧ ଭଳି ହିଟ୍ ଫିଲ୍ମରେ ଗୋବିନ୍ଦା ଓ ଶକ୍ତି (Shakti Kapoor) ଙ୍କୁ ଏକାଠି ଦେଖିବାକୁ ମିଳିଛି।