ବୋଝ ଉପରେ ନଳିତା ବିଡା; ଆକାଶ ଛୁଆଁ ହେବ ପେଟ୍ରୋଲ, ଡିଜେଲ୍!
Advertisement

ବୋଝ ଉପରେ ନଳିତା ବିଡା; ଆକାଶ ଛୁଆଁ ହେବ ପେଟ୍ରୋଲ, ଡିଜେଲ୍!

ତୈଳ ଦର (Fuel Price) ଲଗାତାର ବୃଦ୍ଧି ପାଉଛି। ବର୍ତ୍ତମାନ ଭୁବନେଶ୍ବର (Bhubaneswar) ରେ ପେଟ୍ରେଲ ୮୬ ଟଙ୍କା ୯୮ ପଇସା ଓ ଡିଜେଲ ୮୩ ଟଙ୍କା ୩୪ ପଇସା ଅଛି। କିଛି ସହରରେ ପେଟ୍ରୋଲ ଦର (Petrol Price) ୧୦୦ ଟପିଥିବା ବି ଦେଖିବାକୁ ମିଳୁଛି।

ବୋଝ ଉପରେ ନଳିତା ବିଡା; ଖାଉଟିଙ୍କୁ ଲୁଟିବାକୁ ନୂଆ ଯୋଜନା

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍ ୨୦୨୧-୨୨। MSME, ସ୍ୱାସ୍ଥ୍ୟ, ରେଳ, ରାଜପଥ, ବ୍ୟାଙ୍କିଂ ସେକ୍ଟର ଓ ପଶ୍ଚିମବଙ୍ଗକୁ ଆଶ୍ୱସ୍ତି ମିଳିଛି। କିନ୍ତୁ ଅନ୍ୟପଟେ ସରକାର ପ୍ରତ୍ୟେକ୍ଷରେ ସାଧାରଣ ଖାଉଟିଙ୍କ ପକେଟରେ ନିଆଁ ଲଗାଇଛନ୍ତି। ଲଗାତାର ତୈଳ ଦର ବୃଦ୍ଧିକୁ ନେଇ ଲୋକେ ଅସନ୍ତୋଷ୍ଟ ଥିବା ବେଳେ ପେଟ୍ରୋଲ ଓ ଡିଜେଲରେ କୃଷି ସେସ୍ ଲଗାଇଛନ୍ତି। 

ଦେଶରେ ମହାମାରୀ କୋରୋନା (Corona virus) ର ପ୍ରକୋପ କମିଲା ବେଳକୁ ତୈଳ ଦର (Fuel Price) ଲଗାତାର ବୃଦ୍ଧି ପାଉଛି। ବର୍ତ୍ତମାନ ଭୁବନେଶ୍ବର (Bhubaneswar) ରେ ପେଟ୍ରେଲ ୮୬ ଟଙ୍କା ୯୮ ପଇସା ଓ ଡିଜେଲ ୮୩ ଟଙ୍କା ୩୪ ପଇସା ଅଛି। କିଛି ସହରରେ ପେଟ୍ରୋଲ ଦର (Petrol Price) ୧୦୦ ଟପିଥିବା ବି ଦେଖିବାକୁ ମିଳୁଛି। ତେବେ ଭାରତ ଇତିହାସର ପ୍ରଥମ ଥର ପାଇଁ ତୈଳଦର ଏଭଳି ଭାବରେ ଅହେତୁକ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି।

Also Read: Budget 2021 Highlights: ଉପସ୍ଥାପିତ ବଜେଟର ସାରାଂଶ

ସେପଟେ ବୋଝ ଉପରେ ନଳିତା ବିଡା ଭଳି ଜନତାଙ୍କ ଉପରେ ସରକାର ମହଙ୍ଗା ମାଡ କରିଛନ୍ତି। ବଜେଟ (Budget 2021) ରେ ଲୋକେ ମହଙ୍ଗାରୁ ଟିକିଏ ଆଶ୍ୱସ୍ତି ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ଦେଖିଲା ବେଳକୁ ସମ୍ପୂର୍ଣ୍ଣ ଓଲଟା ହେଇଗଲା। ସରକାର କୃଷି (Agriculture) କୁ ପ୍ରୋତ୍ସାହନ ଦେବା ବାହାନାରେ ଲୋକଙ୍କ ଉପରେ ତେଲ ବୋଝ ଲଦିଦେଇଛନ୍ତି। ଏବେ ପେଟ୍ରୋଲରେ ଅଢେଇ ଟଙ୍କା ଓ ଡିଜେଲରେ ୪ ଟଙ୍କା କୃଷି ସେସ୍ (agri cess) ଲାଗିଛି।

କୃଷି ସେସ୍ ଲାଗିବା ଦ୍ୱାରା ଆଗାମୀ ଦିନରେ ତେଲ ଦର ସେଞ୍ଚୁରୀ ଟପିବ ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ଏହି ଦର ବୃଦ୍ଧି ସିଧାସଳଖ ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନ (Daily Life) ଉପରେ ପଡିବ। ରୋଷେଇ ଘର, ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଠୁ ଆରମ୍ଭ କରି ଆଇଟି କ୍ଷେତ୍ର ସବୁ ପ୍ରଭାବିତ ହେବ। ଏବେ ପ୍ରଶ୍ନ ଉଠୁଛି, ପୂର୍ବରୁ ତେଲ ଦରକୁ ନେଇ ଖାଉଟି ତଳିତଳାନ୍ତ ହେଉଥିବା ବେଳେ, ସେସ୍ ଲଗାଇବାର କ'ଣ ଆବଶ୍ୟକ ଥିଲା? ଯଦି ବି ଲଗାଇଲେ ତେବେ ଅନ୍ୟ ଉତ୍ପାଦ ଉପରେ କାହିଁକି ଲାଗିଲା ନାହିଁ? ହେଲେ ସେପଟେ ସରକାର କହିଛନ୍ତି କୃଷି ସେସ କୌଣସି ତୈଳଦର ଉପରେ ପ୍ରଭାବ ପକାଇବନାହିଁ। 

Also Read: Budget 2021: ଜାଣନ୍ତୁ କ'ଣ ହେଲା ଶସ୍ତା ଆଉ ମହଙ୍ଗା

ସେପଟେ କୃଷି ସେସ୍ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପାଲଟିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) କହିଛନ୍ତି। କୃଷି ସେସ୍ ଲାଗିଛି କିନ୍ତୁ ଏହା ବଦଳରେ Basic Customs Dutyକୁ ହ୍ରାସ କରାଯାଇଛି। ଫଳରେ ତୈଳ ଦରରେ ଏକ ସନ୍ତୁଳନ ରକ୍ଷାହେବ। ଲିଟର ପିଛା ପେଟ୍ରୋଲରେ ୧୧ ଓ ଡିଜେଲରେ ୮ ଟଙ୍କା SAED ରହିବ ବୋଲି ସେ କହିଛନ୍ତି।