• ଚାକିରି ନାଁରେ ଆକାଶ ପାଠକ ଲୋକଙ୍କୁ ଠକିବା ଅଭିଯୋଗ ପ୍ରସଙ୍ଗ; ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ପହଞ୍ଚିଥିବା ସୂଚନା ॥
  • ରାଜ୍ୟରେ ଶୀତ ଲହରୀ ଜାରି। ୧୧ଟି ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା ॥
  • ବାରଣାସୀରେ ଦେବ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ: ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ ॥
  • ଆଜି ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ

କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ; 'ଠକଙ୍କ ଗଠବନ୍ଧନ ହେଉଛି ମହାଗଠବନ୍ଧନ'

ନିର୍ବାଚନ ପ୍ରଚାରରେ ଭାଗନେଇ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ରାଜ୍ୟରେ ସୁଶାସନ ସରକାର ଗଠନ କରନ୍ତୁ। 

କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ; 'ଠକଙ୍କ ଗଠବନ୍ଧନ ହେଉଛି ମହାଗଠବନ୍ଧନ'

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ଏବେ ସବୁ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଜୋରସୋରରେ ଜାରି ରହିଛି। ଏହିକ୍ରମରେ କେନ୍ଦ୍ର ତଥା ରାଜ୍ୟରେ କ୍ଷମତାସୀନ ଶାସକ ଏନଡିଏ (NDA) ମେଣ୍ଟ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରାଜ୍ୟର ବକ୍ସର ଲୋକସଭା ସାଂସଦ (Buxar Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ (Ashwini Chaubey)।

ପ୍ରଚାର ମୈଦାନରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଏନଡିଏ ସମସ୍ତ ବର୍ଗର ଲୋକଙ୍କୁ ନେଇ ସାଥିରେ ଚାଲିଥାଏ। ଲୋକଙ୍କ କଲ୍ୟାଣ କରାଯାଇଥିବା ସମସ୍ତ ଘୋଷଣାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଥାଏ। ଠକଙ୍କ ଗଠବନ୍ଧନ ହେଉଛି ମହାଗଠବନ୍ଧନ। ଜନସାଧାରଣଙ୍କୁ ସବୁବେଳେ କଂଗ୍ରେସ, ଆରଜେଡି ଏବଂ ସେମାନଙ୍କ ସହଯୋଗୀ ଦଳ ଠକି ଆସିଛନ୍ତି। ବିହାରକୁ ଠକଙ୍କ କବଳରୁ ରକ୍ଷା କରିବାକୁ ହେବ। ଜନତାଙ୍କ ଆଶୀର୍ବାଦ ଏନଡିଏ ସହ ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ପୁଣି ଥରେ ସୁଶାସନ ସରକାର ଗଠିତ ହେବ। "       

ରବିବାର କେନ୍ଦ୍ରମନ୍ତ୍ରୀ ବିହାର ବିଧାନ ପରିଷଦ (Bihar Legislative Council) ଅଧ୍ୟକ୍ଷ ଅୱଧେଶ ନାରାୟଣ ସିଂହ (Awadhesh Narayan Singh) ଙ୍କ ସହ ରାଜ୍ୟର ଶାହପୁର, ବ୍ରହ୍ମପୁର, ବକ୍ସର, ଦିନାରା ଆଦି ବିଧାନସଭା ଆସନରେ ପ୍ରଚାର କରିବା ସହ ଏନଡିଏ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଥିଲେ। ଏହା ସହିତ ଝୋଆ, ଶାହାପୁର, ଆରା, ଅର୍ଜୁନପୁର, ନିୟାଜିପୁର, ବ୍ରହ୍ମପୁର, ଇଟାଢୀ, ରାଜପୁର  ଆଦି ସ୍ଥାନରେ ଏନଡିଏ ପକ୍ଷରୁ ଆୟୋଜିତ ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଥିଲେ।    

ନିର୍ବାଚନ ପ୍ରଚାରରେ ଭାଗନେଇ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ରାଜ୍ୟରେ ସୁଶାସନ ସରକାର ଗଠନ କରନ୍ତୁ। ଏହା ପରେ ଉଭୟ ନେତା ନୁଆଭ ଏବଂ ଧନେଚା ଦୁର୍ଗାବତୀ ରାମଗଡ କୈମୁର ଠାରେ ପହଞ୍ଚି ଆୟୋଜିତ ହୋଇଥିବା ଜନସମ୍ପର୍କ ଅଭିଯାନରେ ଯୋଗ ଦେଇ ଏନଡିଏ ଲାଗି ଭୋଟ ଭିକ୍ଷା କରିଥିଲେ। ବିଜୟାଦଶମୀ କେନ୍ଦ୍ରମନ୍ତ୍ରୀ ଚୌବେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।