କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା
Advertisement

କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା

ଏ ସମ୍ପର୍କରେ ନିତିନ ପଟେଲଙ୍କ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ସପ୍ତମ ବେତନ ଆୟୋଗ ଅନୁଯାୟୀ ସରକାରୀ ଡାକ୍ତରଖାନାର ଯୋଗ୍ୟ ସେବା କରୁଥିବା ଡାକ୍ତର ତଥା ଜିଏମଆରଏସ ମେଡିକାଲ କଲେଜର ଶିକ୍ଷକମାନଙ୍କୁ ରାକ୍ଷୀର ଉପହାର ଭାବରେ ନନ୍-ପ୍ର୍ୟାକ୍ଟିସ ଅଲାଉନ୍ସ (NPA) କୁ ଅନୁମୋଦନ କରିଛନ୍ତି ।

କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ: 7th Pay Commission: କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ଗୁଜୁରାଟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତର ଓ ମେଡିକାଲ କଲେଜ ଶିକ୍ଷକମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି । ବାସ୍ତବରେ, ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ତଥା ଗୁଜୁରାଟ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସୋସାଇଟି (GMERS) ମେଡିକାଲ କଲେଜର ଶିକ୍ଷକମାନଙ୍କ ପାଇଁ ନନ୍-ପ୍ର୍ୟାକ୍ଟିସ ଅଲାଉନ୍ସ (NPA) କୁ ଗୁଜୁରାଟ ସରକାର (Gujarat Government) ମଞ୍ଜୁରୀ ଦେଇଛନ୍ତି ।

କାହାକୁ ମିଳିବ ଏହି ଭତ୍ତା?

ଗୁଜରାଟର ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିତିନ ପଟେଲ (Gujarat Deputy Chief Minister and Health Minister Nitin Patel) ଏହି ନିଷ୍ପତ୍ତି ଡାକ୍ତର ଓ ମେଡିକାଲ କଲେଜ ଶିକ୍ଷକମାନଙ୍କ ପାଇଁ ରାକ୍ଷୀର ଉପହାର ବୋଲି ଘୋଷଣା କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଶିକ୍ଷକ ଓ ଡାକ୍ତରମାନେ ଦୀର୍ଘ ଦିନ ଧରି ଏହି ଦାବିକୁ ନେଇ ଚାପ ପକାଉଥିଲେ ଏବଂ ଏହାକୁ ନେଇ ଧର୍ମଘଟ ମଧ୍ୟ କରିଥିଲେ । ବର୍ତ୍ତମାନ ଏହି ନିଷ୍ପତ୍ତି ପରେ କର୍ମଚାରୀଙ୍କ ଦରମା ପ୍ରତି ମାସରେ ବୃଦ୍ଧି ପାଇବ ।

ଡାକ୍ତରମାନଙ୍କୁ ଉତ୍ସବର ଉପହାର 

ଏ ସମ୍ପର୍କରେ ନିତିନ ପଟେଲଙ୍କ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ସପ୍ତମ ବେତନ ଆୟୋଗ ଅନୁଯାୟୀ ସରକାରୀ ଡାକ୍ତରଖାନାର ଯୋଗ୍ୟ ସେବା କରୁଥିବା ଡାକ୍ତର ତଥା ଜିଏମଆରଏସ ମେଡିକାଲ କଲେଜର ଶିକ୍ଷକମାନଙ୍କୁ ରାକ୍ଷୀର ଉପହାର ଭାବରେ ନନ୍-ପ୍ର୍ୟାକ୍ଟିସ ଅଲାଉନ୍ସ (NPA) କୁ ଅନୁମୋଦନ କରିଛନ୍ତି ।

ଧର୍ମଘଟ ପ୍ରତ୍ୟାହାର ସର୍ତ୍ତରେ ମିଳିଛି ଭତ୍ତା 

ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ମେ ମାସରେ ଗୁଜୁରାଟ ସରକାର ସପ୍ତମ ବେତନ ଆୟୋଗ ଅନୁଯାୟୀ ୬ ସରକାରୀ ମେଡିକାଲ କଲେଜର ଶିକ୍ଷକମାନଙ୍କ ପାଇଁ ସମାନ ଏନପିଏ ଅନୁମୋଦନ କରିଥିଲା । କିଛି ମାସ ପରେ ୮ଟି GMERS ମେଡିକାଲ କଲେଜର ଶିକ୍ଷକମାନଙ୍କ ସହିତ ସେମାନଙ୍କ ଧର୍ମଘଟ ପ୍ରତ୍ୟାହାର ସର୍ତ୍ତରେ ଏହାକୁ ଅନୁମୋଦନ କରାଯାଇଛି ।

ନିଷ୍ପତ୍ତିକୁ ସ୍ୱାଗତ

ଗୁଜୁରାଟ ମେଡିକାଲ ଶିକ୍ଷକ ସଂଘ (GMTA) ସଭାପତି ଡକ୍ଟର ରଜନୀଶ ପଟେଲ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯେ ସରକାର ଜିଏମଆରଏସ ମେଡିକାଲ କଲେଜର ଶିକ୍ଷକମାନଙ୍କ ଓ ସେବାରତ ଡାକ୍ଟରଙ୍କ ବିଚାରାଧୀନ ଦାବିକୁ ଗ୍ରହଣ କରିଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଜିଏମଆରଏସ୍ ମେଡିକାଲ୍ କଲେଜଗୁଡ଼ିକ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁଜୁରାଟ ମେଡିକାଲ୍ ଶିକ୍ଷା ଏବଂ ଅନୁସନ୍ଧାନ ସୋସାଇଟି ଅଧୀନରେ ପ୍ରତିଷ୍ଠିତ ଅର୍ଦ୍ଧ-ସରକାରୀ ଅନୁଷ୍ଠାନ ।

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଯୁଦ୍ଧ: ରାତିର ଅନ୍ଧାରରେ ତାଲିବାନର ୫ଟି ଠିକଣା ଉପରେ କରାଗଲା ଏୟାର ଷ୍ଟ୍ରାଇକ୍, ବ୍ୟାପକ କ୍ଷୟକ୍ଷତି ସହ ଅନେକ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍