କାବୁଲ: ଆତଙ୍କବାଦ ପ୍ରଭାବିତ ଦେଶ ଆଫଗାନିସ୍ତାନ (Afghanistan) ଚାଲିଥିବା ଆତଙ୍କୀ ଦମନ ଅଭିଯାନ (Counter Terrorism Operation) ରେ ଦେଶର ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଆଫଗାନ ସେନାବାହିନୀ (Afghan Army) ପକ୍ଷରୁ ଗୁରୁବାର (ସେପ୍ଟେମ୍ବର ୨୪,୨୦୨୦) ଦେଶର ପୂର୍ବ ଲୋଗାର ପ୍ରଦେଶ (Eastern Logar Province) ଠାରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ (Military Operation) ଟଳିପଡିଛନ୍ତି ୧୩ ଆତଙ୍କୀ ।
ଏଠାରେ ଉଲ୍ଲେଖଯୋଗ୍ୟ ଏହି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଗୋଷ୍ଠୀ (Taliban Terror Group) ନିଜର ଉପସ୍ଥିତି ଜାହିର କରିବା ଅନେକ ଆତଙ୍କୀ ଆକ୍ରମଣ ଭଳି ଘଟଣା ଘଟାଇଛି । ଅନ୍ୟପଟେ ଦେଶରୁ ଆତଙ୍କବାଦୀ ମୂଳୋତ୍ପାଟନ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଆଫଗାନ ସରକାର (Afghan Govt)। ଏହିକ୍ରମରେ ଦେଶର ଆତଙ୍କବାଦ ପ୍ରଭାବିକ ଅଞ୍ଚଳରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି ।
ପୂର୍ବ ଲୋଗାର ପ୍ରଦେଶରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ମତ ରଖି ପ୍ରଦେଶ ପୋଲିସ ମୁଖପାତ୍ର (Provincial Police Spokeperson) ଶାପୁର ଅହମ୍ମଦଜାଇ କହିଛନ୍ତି ଆତଙ୍କବାଦୀଙ୍କ ବିରୁଦ୍ଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ କୌଣସି ସୁରକ୍ଷାକର୍ମୀ (Security Personnel) ଆହତ ହୋଇନାହାଁନ୍ତି । ଆଫଗାନ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ ତାଲିବାନ ଗୋଷ୍ଠୀ ।