)
ନୂଆଦିଲ୍ଲୀ: ବହୁ କ୍ଷୀପ୍ର ଗତିରେ ଭୁତଳେ ଥିବା ଖଣିଜ ପଦାର୍ଥ ହ୍ରାସ ହେବାରେ ଲାଗିଛି। ବିଶେଷ କରି ଇନ୍ଧନ ଜାତୀୟ ଦ୍ରବ୍ୟ ସରି ଆସୁଥିବା ବେଳେ ପରିବେଶ ସଂରକ୍ଷଣ ମଧ୍ୟ ଏକ ପ୍ରକାରର ଚ୍ୟାଲେଞ୍ଜ ପାଲଟିଛି। ଅନ୍ୟପଟେ ତୈଳ ଅର୍ଥିତ ଇନ୍ଧନ ଦର ବୃଦ୍ଧି ଖାଉଟିଙ୍କ ମୁଣ୍ଡରେ ଚଡକ ପକାଇଛି। କିନ୍ତୁ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ମିଳିଛି। ‘Green Energy’ ପେଟ୍ରୋଲ ଏବଂ କୋଇଲାର ବିକଳ୍ପ ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।
ଏହା ୨୦୧୯ର ସେପ୍ଟମ୍ବର ମାସ ଥିଲା, ସ୍ଥାନ ଥିଲା ଆମେରିକା ମ୍ୟାରିଲାଣ୍ଡର ଟକୋମା ପାର୍କ ଏଠାରେ ଏକ ଗ୍ୟାସ ଷ୍ଟେସନକୁ ଇଲେକଟ୍ରିକ୍ ବାହନ ଚାର୍ଜ କେନ୍ଦ୍ରକୁ ପରିଣତ କରିଦିଆଯାଇଥିଲା। ଆମେରିକାରେ ପ୍ରଥମ ଥର ପାଇଁ ଏଭଳି ଏକ ଚାର୍ଜିଂ ଷ୍ଟେସନ ହୋଇଥିଲା। ଏଠାରେ ଗୋଟିଏ ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ ଚାର୍ଜକରିବା ପାଇଁ ଅଧ ଘଣ୍ଟା ସମୟ ଲାଗୁଥିଲା। ଆଉ ଏହାର ମୂଲ୍ୟ ୧୦ ଡଲାର ଅର୍ଥାତ୍ ପ୍ରାୟ ୭୪୦ ଟଙ୍କା। ଯେଉଁ ସମୟରେ ଗ୍ରୀନ୍ ହାଉସ ଗ୍ୟାସ୍ କମ୍ କରିବାପାଇଁ ସାରା ଦୁନିଆ କୋଇଲା ଏବଂ ତୈଳ ଭଳି ଇନ୍ଧନକ ବିକଳ୍ପ ଖୋଜୁଥିଲା, ସେହି ସମୟରେ ଏହି ଚାର୍ଜିଂ ଷ୍ଟେସନ ଏକ ନୂଆ ରାସ୍ତା ଦେଖାଇଥିଲା । ହେଲେ ବିଶ୍ୱର ଅନେକ ଦେଶରେ ବିଜୁଳି ଉତ୍ପାଦନ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ରାସ୍ତା ଏବଂ ଚ୍ୟାଲେଞ୍ଜ
କାର୍ଡିଫ୍ ୟୁନିଭର୍ସିଟିର ପ୍ରଫେସର ନିକ୍ ଜୋକିଙ୍ଗ୍ସ ଅକ୍ଷୟ ଶକ୍ତି ବା ରିନୁଏବଲ୍ ଏନର୍ଜିର ଜଣେ ଜଣାଶୁଣା ବିଶେଷଜ୍ଞ। ସେ ବିଶ୍ୱର ଅନେକ ଦେଶରେ କାମ କରିଛନ୍ତି। ପ୍ରଫେସର ନିକ୍ କିଛି ଦିନ ଧରି ପାକିସ୍ତାନ ଏବଂ ବାଂଲାଦେଶରେ ମଧ୍ୟ କାମ କରିଥିଲେ। ତାଙ୍କ କହିବା ଅନୁସାରେ, ବାଂଲାଦେଶ ଯିବା ପୂର୍ବରୁ ସେ ଉତ୍ତର ପୂର୍ବ ଇଂଲଣ୍ଡର ଏକ ରସାୟନ କାରଖାନାରେ ବିଜୁଳି ସ୍ଥାପନ କାମରେ ନିୟୋଜିତ ଥିଲେ। ବ୍ରିଟେନ ପ୍ରତିବର୍ଷ ୩୨୬ ଟେରା ୱାଟ୍ ବିଜୁଳିର ପ୍ରୟୋଗ କରିଥାଏ। ବାଂଲାଦେଶର ଜନସଂଖ୍ୟା ବ୍ରିଟେନ ଠାରୁ ଅଢେଇ ଗୁଣ ଅଧିକ ଥିଲେ ମଧ୍ୟ ଏହା ବର୍ଷକୁ ମାତ୍ର ୭୫ ଟେରା ୱାଟ ବିଜୁଳି ବ୍ୟବହାର କରିଥାଏ। ଗୋଟିଏ ଟେରା ୱାଟ୍ ପ୍ରତି ଘଣ୍ଟାରେ ଏକ ଟ୍ରିଲିୟନ ୱାଟ୍ ହୋଇଥାଏ।
ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରତା ହ୍ରାସ ପାଇଁ ସବୁଜ ବା ଗ୍ରୀନ୍ ଇଲେକଟ୍ରିସିଟିର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥାଏ। ହେଲେ ଏଥିରେ ଅନେକ ବାଧା ରହିଛି ।
ପ୍ରଥମ ଚ୍ୟାଲେଞ୍ଜ, ଏହାକୁ ଉତ୍ପାଦନ କରିବାର। ଏହା ପାଇଁ ବହୁ ମାତ୍ରାରେ ପବନ ମିଲ୍ ଫାର୍ମ ପ୍ରସ୍ତୁତ କରିବାକୁ ପଡ଼ିବ। ଏହାର ବିଦ୍ୟୁତଚାଳିତ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।

ବିଜୁଳିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇବା ପାଇଁ ବିତରଣ କାର୍ଯ୍ୟରେ ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିଛି। ଆବଶ୍ୟକତା କ୍ଷମତା ଠାରୁ ଅଧିକ ବିଜୁଳି ଉତ୍ପାଦନ ପାଇଁ ଅଧକ ମୋଟା କେବୁଲ୍ ଦରକାର ପଡ଼ିବ। ଏଗୁଡିକୁ ମାଟି ତଳେ ପୋତିବା ମଧ୍ୟ ଏତେ ସହଜ ନୁହେଁ। ସବୁକିଛି ଯଦି ବିଜୁଳିରେ ଚାଲିବ, ତେବେ ପିକ୍ ଟାଇମରେ ଆବଶ୍ୟକତା ଅଧିକ ହୋଇଯିବ।
ବିଜୁଳିକୁ ସଂରକ୍ଷଣ କରିବା ଯନ୍ତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ସନ୍ତୁଳିତ ବ୍ୟବସ୍ଥା ନ ହୋଇପାରିଲେ, ସବୁକିଛି ବିଗିଡିବାର ମଧ୍ୟ ଆଶଙ୍କା ରହିଛି। ଏହି ସମସ୍ୟାର ସମାଧାନ ଜୀବାଶ୍ମ ଇନ୍ଧନର ଆବଶ୍ୟକ ମୁତାବିକ କମ କିମ୍ବା ଅଧିକ ବ୍ୟବହାର ଉପରେ ନିର୍ଭର କରେ।
କୋଇଲା ଏବଂ ତୈଳର ବଡ଼ ଭଣ୍ଡାର ରହିଛି ଏବଂ ଏହାର ବ୍ୟବହାର ମଧ୍ୟ ବେଶ ସହଜ। ଆପଣ ଯେବେ ଚାହିଁଲେ ଏହାର ବ୍ୟବହାର କରି ଶକ୍ତି ଉତ୍ପାଦନ କରିପାରିବେ। ଅକ୍ଷୟ ଶକ୍ତି ବା ରିନୁଏବଲ୍ ଏନର୍ଜୀ ସହ ଏମିତି ହୁଏ ନାହିଁ। ଏଥିରୁ ଶକ୍ତି ଉତ୍ପଦାନ, ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭର କରିଥାଏ। ଏମିତିରେ ବ୍ୟାଟେରୀ କାମକୁ ଆସିପାରେ, ହେଲେ ଏଠି ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିଛି। ବ୍ରିଟେନରେ ସବୁଠାରୁ ବଡ଼ ବ୍ୟାଟେରୀ ପ୍ଲାଣ୍ଟର କ୍ଷମତା ହେଉଛି ୧୦୦ ମେଗାୱାଟ୍।
ଅନ୍ୟପଟେ ଜୀବଶ୍ମ ଇନ୍ଧନରୁ ଚାଲୁଥିବା ଏକ ପାୱାର ପ୍ଲାଣ୍ଟର ହାରାହାରି କ୍ଷମତାଦୁଇ ହଜାର ମେଗାୱାଟ୍। ବିଶ୍ୱର ୭୭ କୋଟି ଲୋକଙ୍କ ପାଖକୁ ଆଜି ଯାଏ ବିଜୁଳି ପହଞ୍ଚି ପାରିନାହିଁ। ଏଥିମଧ୍ୟରୁ ୫୮ କୋଟିରୁ ଅଧିକ ଲୋକ ଆଫ୍ରିକୀୟ ଦେଶରେ ରୁହନ୍ତି। ଆଉ ଯେଉଁମାନଙ୍କ ପାଖରେ ବିଜୁଳି ଅଛି, ସେମାନଙ୍କୁ ଅଧିକାଂଶ ଭାବେ ଜୀବାଶ୍ମ ଇନ୍ଧନରୁ ବିଜୁଳି ମିଳିଥାଏ।
ନାଇଜେରିଆ ସାରା ବିଶ୍ୱରେ ସବୁଠାରୁ ଅଧିକ ମାତ୍ରାରେ ଜେନେରେଟର୍ ଆମଦାନୀ କରିଥାଏ। ଏଥିରୁ ସ୍ପଷ୍ଟ ଜଣାପଡେ କି, ସେଠାରେ ବିଜୁଳି ସ୍ଥିତି କିପରି ଭାବେ ରହିଛି। ପ୍ରତିବର୍ଷ ନାଇଜେରିଆ ଲୋକେ ଜେନେରେଟରେ ତେଲ ପକାଇବା ପାଇଁ ପ୍ରାୟ ୧୨ ଆରବ ଡଲାର ଖର୍ଚ୍ଚ କରିଥାନ୍ତି। ନାଇଜେରିଆ ଭଳି ଦେଶର ଜନସଂଖ୍ୟା ୨୦ କୋଟି ହୋଇସାରିଥିଲେ ମଧ୍ୟ, ବିଜୁଳି କ୍ଷମତା ବୃଦ୍ଧି କରିବାକୁ କୌଣସି ବ୍ୟବସ୍ଥା ନାହିଁ।

ନାଇଜେରିଆରେ ପ୍ରାକୃତିକ ଗ୍ୟାସ୍ ଭଣ୍ଡର ରହିଛି ଏବଂ ଗ୍ୟାସ୍ ଚାଳିତ ଅନେକ ଟର୍ବାଇନ୍ ରହିଛି। ହେଲେ ଉତ୍ତମ ଭିତ୍ତିଭୂମି ନଥିବାରୁ ସେଠାରେ ବିଜୁଳି ଉତ୍ପାଦନ କରିବାକୁ ପର୍ଯ୍ୟାପ୍ତ ଗ୍ୟାସ୍ ଉପଲବ୍ଧ ହୋଇପାରି ନାହିଁ। ନାଇଜେରିଆ ସରକାର ୨୦୧୪ରେ ବିଜୁଳିକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କଲେ। ଏହା ଦ୍ୱାରା କିଛି ସୁଧାର ଆଶା କରାଯାଉଥିଲା, ହେଲେ କିଛି ହେଲା ନାହିଁ। ଏହି ଦେଶରେ ଦୁର୍ନୀତି ଯୋଗୁଁ ଲୋକେ ଆଜି ମଧ୍ୟ ମୌଳିକ ସୁବିଧା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି।
ପରିବହନ କ୍ଷେତ୍ରର ଚ୍ୟାଲେଞ୍ଜ
ପରିବହନ କ୍ଷେତ୍ରରେ ଶକ୍ତିର ବିଭିନ୍ନ ପ୍ରକାରର ବ୍ୟବହାର ବହୁ କମ ହୋଇପାରିଛି। ଏବେ ପରିବହନ କ୍ଷେତ୍ର ପେଟ୍ରୋଲିୟମ ଉପରେ ନିର୍ଭର କରୁଛି। ଏହି କ୍ଷେତ୍ରରେ ସାରା ବିଶ୍ୱବ୍ୟାପୀ ବ୍ୟବହାର ହେଉଥିବା ମୋଟ୍ ଶକ୍ତିର ୯୦ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦନରୁ ହାସଲ ହୋଇଥାଏ। ଆମେରିକାର ଏହି ସଂଖ୍ୟା ୯୫ ପ୍ରତିଶତ। ଇଲେକଟ୍ରିକ୍ କାର ଏବଂ ଅନ୍ୟାନ୍ୟ ବାହନ, ଏହି ଦିଗରେ ପରିବର୍ତ୍ତନର ରାସ୍ତା ଦେଖାଇଛି। ହେଲେ ଆମେରିକା ଭଳି ଦେଶରେ ମୋଟ୍ କାର୍ ସଂଖ୍ୟାର ୨ ପ୍ରତିଶତ ମାତ୍ର ଇଲେକଟ୍ରିକ୍ କାର୍ ବ୍ୟବହାର ହେଉଛି।
ବିଶ୍ୱରେ ଯେତିକି ମଧ୍ୟ ଇଲେଟ୍ରିକ୍ କାର ରହିଛି, ତାହା ମଧ୍ୟରୁ ଅଧିକ ଚୀନରେ ରହିଛି। ଇଲେକଟ୍ରିକ୍ କାର ବିକ୍ରି ମଧ୍ୟ ସେତିକି ମାତ୍ରା ହେଉନାହିଁ, ଯେତିକି ହେବା ଦରକାର। କାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ। ସେମାନେ ଚିନ୍ତା କରନ୍ତି କି, ଇଲେଟ୍ରିକ୍ କାରରେ ତାଙ୍କର ଯାତ୍ରା ପୂରଣ ହୋଇପାରିବ ନା ନାହିଁ। କାଳେ ରାସ୍ତାରେ ଫଶି ଯିବେନି ତ। ବାଟରେ କେଉଁଠି ଚାର୍ଜିଂ ଷ୍ଟେସନ ମିଳିବ ନା ନାହିଁ। ଏମିତି ଅନେକ ପ୍ରଶ୍ନ ସେମାନଙ୍କ ମନରେ ଉଙ୍କି ମାରେ।

ଇଲେକଟ୍ରିକ କାର୍ କିଣିବାର ଫାଇଦା
ଚିନ୍ତା କରନ୍ତୁ, ଯଦି ଆପଣଙ୍କ ଘରର ବିଜୁଳି ତାର ଉପରେ ଗଛ ପଡି଼ଯାଏ ଏବଂ ଘଣ୍ଟା ଘଣ୍ଟା ଧରି ଆପଣଙ୍କ ବିଜୁଳି ବ୍ୟାହତ ହୋଇରହିଥିବ। ତେବେ ଆପଣ ନିଜ କାର ଜରିଆରେ ୱାଇ-ଫାଇ, ଟିଭି ଏବଂ ଫ୍ରିଜ୍ ମଧ୍ୟ ଚଳାଇପାରିବେ। ଇଲେକଟ୍ରିକ କାର୍ ପାୱାର ବ୍ୟାକ୍-ଅପ୍ ସିଷ୍ଟମ ଭଳି ମଧ୍ୟ କାମ କରିଥାଏ। ଭବିଷ୍ୟତରେ ପରିବହନ ପାଇଁ ଅନେକ ପ୍ରକାରର ଟେକନିକ୍ ଏବଂ ଉପାୟ ବ୍ୟବହାର କରାଯିବ। ଉଦାହରଣ ସ୍ୱରୂପ, ହାଇଡ୍ରୋଜେନ୍ ଏବଂ ବାୟୋ-ଫୁଏଲ ବିକଳ୍ପ ହୋଇପାରେ।
Also Read: ଟ୍ୱିଟରରେ ଟ୍ରେଣ୍ଡ କଲା #BoycottShahRukhKhan
ବାୟୋ-ଫୁଏଲ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ ପ୍ରସ୍ତୁତ କରିବା ପାଇଁ ବିଜୁଳିର ବ୍ୟବହାର ହୋଇଥାଏ। ପ୍ରଶ୍ନ ବିମାନକୁ ନେଇ ମଧ୍ୟ ଉଠିଥାଏ। ହାଇଡ୍ରୋଜେନ ଏବଂ ବାୟୋ-ଫୁଏଲ୍ ଜରିଆରେ ସବୁଜ ବା ଗ୍ରୀନ୍ ବିଜୁଳି ତିଆରି କରି ସ୍ଥିତି ବଦଳି କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସମ୍ପୂର୍ଣ୍ଣ ପରିବହନ କ୍ଷେତ୍ରରେ ପେଟ୍ରୋଲିୟମ ବଦଳରେ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଖୋଜା ଚାଲିଛି।
ବିଶ୍ୱାସଯୋଗ୍ୟ ବିକଳ୍ପ
ସାରା ବିଶ୍ୱ ଅଙ୍ଗାରକାମ୍ଳର ନିର୍ଗମନ ହ୍ରାସ କରିବା ପାଇଁ ପ୍ରୟାସ କରିବାକୁ ଯାଇ ବିଜୁଳି ଉପରେ ଅଧିକ ଧ୍ୟାନ ଦେଇଛି। ଏବେ ସବୁଜ ବିଜୁଳି ତିଆରି କରିବା ପାଇଁ ୱିଣ୍ଡ୍ ଟର୍ବାଇନ, ସୋଲାର ପ୍ୟାନେଲ, ଜିୟୋଥର୍ମାଲ ଏବଂ ନ୍ୟୁକ୍ଲିୟର ପାୱାର ଟେକ୍ନୋଲୋଜି ରହିଛି। ଏହା ଜରିଆରେ କୋଇଲା ଏବଂ ତେଲର ବ୍ୟବହାରକୁ ହ୍ରାସ କରିବାରେ ଅନେକ ମାତ୍ରାରେ ସଫଳତା ମିଳିଛି। ହେଲେ ଏହି ଟେକ୍ନୋଲୋଜି ସହ ଭୌଗଳିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।

ଅନେକ ସ୍ଥାନରେ ଜଳ ସ୍ରୋତ ହୋଇଥାଏ, ତ ଅନେକ ସ୍ଥାନରେ ଏହା ନଥାଏ। ପବନ ଏବଂ ସୂର୍ଯ୍ୟ କିରଣରେ ଚାଲୁଥିବା ଉଦ୍ଭିଦର ସଫଳତା ମଧ୍ୟ ଭୌଗଳିକ ସ୍ଥିତି ଉପରେ ନିର୍ଭର କରିଥାଏ। ସେଠାରେ ପାଣିପାଗ ଏବଂ ପ୍ରାକୃତିକ ସମ୍ବଳ କେମିତି ଅଛି, ସେଥିରୁ ଆପଣଙ୍କ କାର୍ବନ ନିର୍ଗମନ ହ୍ରାସ କରିବାର କ୍ଷମତା ଥୟ ହୋଇଥାଏ। ଅର୍ଥାତ୍, ଏସିଆ, ଆମେରିକା ଏବଂ ୟୁରୋପରେ ଭିନ୍ନ ଭିନ୍ନ ପ୍ରକାରର ସମାଧାନ ହୋଇପାରେ। ଗୋଟିଏ ପ୍ରକାରର ଟେକନିକ୍ ସବୁ ସ୍ଥାନରେ କାମ ଦିଏନାହିଁ।
ଅନେକ ଉଦ୍ୟୋଗ ଗୁଡ଼ିକରେ ଅଧିକ ଉଚ୍ଚ ତାପମାତ୍ରା ପାଇଁ ଅଧିକ ବିଜୁଳିର ଆବଶ୍ୟକ ପଡ଼ିଥାଏ। ଏଥିରୁ ସେତିକି ବିଜୁଳି ବ୍ୟବସ୍ଥା କରିବା
ଏତେ ସହଜ ନୁହେଁ। ଏହିଭଳି କ୍ଷେତ୍ରରେ ସଫଳତା ଆଣିବାକୁ ହେଲେ, ସରକାରୀ ନୀତିର ସମର୍ଥନ, ବିତ୍ତୀୟ ବ୍ୟବସ୍ଥା, ଉତ୍ତମ ନୀତି ଏବଂ ଭୌଗଳିକ ସ୍ଥିତି ଭଲ ରହିବା ଦରକାର। ସାରା ବିଶ୍ୱର କୋଟି କୋଟି ଲୋକେ ପ୍ରଦୂଷଣ ମଧ୍ୟରେ ଶସ୍ତା ବିଜୁଳି ପାଇଁ ଆଶା ରଖିଥିବାବେଳେ ସବୁ ସମ୍ବଳ ଏକାଠି ହେଲେ, ଧିରେ ଧିରେ ତୈଳ ଏବଂ କୋଇଲା ଉପରୁ ନିର୍ଭର ହେବା ଅଧିକାମାତ୍ରରେ ହ୍ରାସ ପାଇବ। ଦିନ ଆସିବ, ସବୁ କିଛି ତାହା ହେବ, ଯାହା ମଣିଷ ଜୀବନ ଆଶା କରି ରହିଛି।