Trending Photos
)
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର। କୋରୋନା ଲକଡାଉରେ ଭୁଶୁଡ଼ି ପଡ଼ିଥିବା ଭାରତୀୟ ଅର୍ଥନୀତି ଏବେ ଧୀରେଧୀରେ ଟ୍ରାକକୁ ଫେରୁଛି। ବିଗତ ୮ ମାସ ପରେ GST ଆଦାୟ ଆରମ୍ଭ ହୋଇଚି। ଏହି ଜିଏସଟି ଆଦାୟ ମୃତ ଅବସ୍ଥାରେ ଥିବା ଭାରତୀୟ ଅର୍ଥନୀତିରେ ଜୀବନ ଭରିଛି। କୌଣସି ଦେଶର ଆର୍ଥିକ ସ୍ଥିତିକୁ ମାପିବାକୁ ହେଲେ ସେହି ଦେଶର ଟ୍ୟାକ୍ସ କଲେକ୍ସନ ମୁଖ୍ୟ ମାଧ୍ୟମ ହୋଇଥାଏ। ତେବେ ୮ ମାସ ପରେ ଦେଶରୁ ମୋଟ ୧ ଲକ୍ଷ କୋଟିର ଜିଏସଟି ଆଦାୟ ହୋଇଥିବା ସୂଚନା ରହିଛି।
ମିଳିଥିବା ତଥ୍ୟ ଅନୁଯାୟୀ ଜିଏସଟି ରାଜସ୍ୱ ଆଦାୟ ବେଶ ମଜବୁତ ରହିଛି। ଏହାର କାରଣ ଲକଡାଉନ ପରେ ପ୍ରାୟତଃ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଖୋଲିସାରିଛି। ସେହିପରି ପାର୍ବଣ ଋତୁରେ ମଧ୍ୟ ବ୍ୟବସାୟ ବୃଦ୍ଧି ପାଇଛି। ବିଭାଗୀୟ ଅଧିକାରୀ କହିଛନ୍ତି କି, ଅକ୍ଟୋବରରେ ପରୋକ୍ଷ ଟିକସ ସଂଗ୍ରହ ଜିଏସଟି ରିଟର୍ଣ୍ଣ ଦାଖଲ କରି କର ୧ ଲକ୍ଷ କୋଟିରୁ ଅଧିକ ହେବାର ସମ୍ଭାବନା ରହିଛି। ଜିଏସଟି ଫର୍ମ ନମ୍ବର ୩ବି) (GSTR-3B) ମାଧ୍ୟମରେ ଦାଖଲ ହୋଇଥିବା ରିଟର୍ଣ୍ଣକୁ ଦେଖିବା, ଯାହା ୨୦ ଅକ୍ଟୋବର ପର୍ଯ୍ୟନ୍ତ ଟିକସଦାତାଙ୍କ ଦ୍ୱାରା ଦାଖଲ ହୋଇଥିବା କାରବାରର ମାସିକ ସାରାଂଶ ଅଟେ।
ଅଧିକାରୀ କହିଛନ୍ତି ଯେ ଗତ ବର୍ଷ ସମାନ ଦିନରେ ୪,୮୫,୦୦୦ ତୁଳନାରେ ଅକ୍ଟୋବର ୪ ତାରିଖ ସୁଦ୍ଧା ୧.୧ ମିଲିୟନରୁ ଅଧିକ GST-3B ବି ରିଟର୍ଣ୍ଣ ଦାଖଲ କରାଯାଇଥିଲା। ଚଳିତ ବର୍ଷ ଜିଏସଟି ରାଜସ୍ୱ ଯଥେଷ୍ଟ ହ୍ରାସ ପାଇଥିବାରୁ ଏହା ସରକାରଙ୍କ ପାଇଁ ଏକ ଖୁସି ଖବର। ଏହି କାରଣରୁ ରାଜ୍ୟଗୁଡିକ କ୍ଷତିପୂରଣ ଦେବା ପାଇଁ ୧।୧ ଲକ୍ଷ କୋଟି ଟଙ୍କା ଋଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
କୋଭିଡ -19 ରୋଗର ଆକ୍ରାନ୍ତ ସରକାରଙ୍କୁ ମାର୍ଚ୍ଚ ୨୫ ରୁ ୬୮ ଦିନିଆ ଲକଡାଉନ ଲାଗୁ କରିବାକୁ ବାଧ୍ୟ ହୋଇଥିଲେ ସରକାର। ଯାହାକି ସମସ୍ତ କ୍ଷେତ୍ରରେ ଉତ୍ପାଦକ ଏବଂ ସେବା ପ୍ରଦାନକାରୀଙ୍କୁ ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଧୀରେଧୀରେ ଉକ୍ତ ସଂସ୍ଥା ଗୁଡ଼ିକ ପୁନର୍ବାର ସ୍ୱାଭାବିକ ହେଉଛନ୍ତି।