ମୋନିକା ମହାନ୍ତି, ନୂଆଦିଲ୍ଲୀ: ଗତ ୧୬ ତାରିଖରୁ ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକା ଅଭିଯାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋରୋନା ଯୋଦ୍ଧାଙ୍କର ଟିକକରଣ ହେଉଛି। ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା କୋରୋନା ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ଏହି କୋରୋନା ଟିକାକରଣର କିଛି ନିୟମାବଳୀ....
କୋରୋନା ଟିକାକରଣ (Corona Vaccination) ର ନୀୟମାବଳୀ:
- ଟିକା ନେବା ପୂର୍ବରୁ ପଞ୍ଜିକରଣ ବାଧ୍ୟତାମୂଳକ
- ଟିକା ନେବାବେଳେ ସାଙ୍ଗରେ ପରିଚୟ ପତ୍ର (ଆଧାର କାର୍ଡ, ପାନ କାର୍ଡ, ଓ ଭୋଟର ଆଇଡି, ପାସପୋର୍ଟ, ସମେତ ଯେ କୌଣସି ସରକାରୀ କାର୍ଡ ଗ୍ରହଣୀୟ) ଆଣିବାକୁ ପଡ଼ିବ।
- ଟିକା ନେବାପାଇଁ କାହାରିକୁ ବାଧ୍ୟ କରାଯିବ ନାହିଁ।
- ଭାରତ ବାୟୋଟେକ୍ (Bharat Biotech) ଟିକା ନେଲେ ସମ୍ମତିପତ୍ରରେ ଦସ୍ତଖତ କରିବେ।
- ଶିଶୁଙ୍କୁ କୋରୋନା ଟିକା (Corona Vaccine) ବାରଣ।
- କେବଳ ୧୮ ୱର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ କୋରୋନା ଟିକା।
- ଗର୍ଭବତୀ କିମ୍ବା ଗର୍ଭ ଧାରଣ କରିବାକୁ ଥିବା ମହିଳାଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଟିକା ନେବାପାଇଁ ଅନୁରୋଧ।
Also Read: ଟିକା ନାଁରେ ଜନତାଙ୍କ ଜୀବନ ସହ ଖେଳ! ତଳିଆଙ୍କୁ ହଁ, ନେତା-ମନ୍ତ୍ରୀଙ୍କୁ ନା
- କୋରୋନା ପରୀକ୍ଷଣ (Covid Test) ପାଇଁ ନମୁନା ଦେଇଥିଲେ ୧୫ ଦିନ ଅପେକ୍ଷା କରିବାକୁ ପଡିବ।
- ପୂର୍ବରୁ ଗମ୍ଭୀର ରୋଗରେ ଆକ୍ରାନ୍ତ କୋରୋନା ଟିକା ନେଇ ପାରିବେ ନାହିଁ।
- ଟିକା ନେଲା ପରେ ପାର୍ଶ୍ୱପ୍ରତିକ୍ରିୟା ଦୃଷ୍ଟିରୁ ୩୦ ମିନିଟ ଟିକାକେନ୍ଦ୍ରରେ ଅପେକ୍ଷା କରିବାକୁ ପଡିବ।
- ଟିକାକରଣ ପରେ ମଧ୍ୟ ମାସ୍କ ଏବଂ କୋଭିଡ ନିୟମ ମାନିବା ଜରୁରୀ।
- ପ୍ରଥମ ଟିକାର ୨୮ ଦିନ ପରେ ଦ୍ୱିତୀୟ ଟିକା ଦିଆଯିବ।
- ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ଟିକା ଦିଆଯିବ ନାହିଁ।
- ପରବର୍ତ୍ତୀ ପର୍ଯ୍ୟାୟରେ ସାଇଡଇଫେକ୍ଟ ଦେଖାଗଲେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଚିକିତ୍ସା କରାଯିବ।
- ଭାରତବାୟୋଟେକ ଟିକା ନେଇଥିବା ବ୍ୟକ୍ତିଙ୍କର ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ହେଲେ କ୍ଷତିପୂର ମିଳିବ।