ଛକାପଞ୍ଝା ମଧ୍ୟରେ ମନ୍ତ୍ରୀମଣ୍ଡଳ ଗଠନ କଲେ Gujarat ମୁଖ୍ୟମନ୍ତ୍ରୀ Bhupendra Patel
X

ଛକାପଞ୍ଝା ମଧ୍ୟରେ ମନ୍ତ୍ରୀମଣ୍ଡଳ ଗଠନ କଲେ Gujarat ମୁଖ୍ୟମନ୍ତ୍ରୀ Bhupendra Patel

ନଗଗଠିତ ଗୁଜୁରାଟ କ୍ୟାବିନେଟରେ ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୦ କ୍ୟାବିନେଟ ଏବଂ ୧୪ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି।

ଛକାପଞ୍ଝା ମଧ୍ୟରେ ମନ୍ତ୍ରୀମଣ୍ଡଳ ଗଠନ କଲେ Gujarat ମୁଖ୍ୟମନ୍ତ୍ରୀ Bhupendra Patel

ଗାନ୍ଧୀନଗର: ଶପଥ ଗ୍ରହଣ କରିବାର ୨ ଦିନ ପରେ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ଗତ ସୋମବାର ସେ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥି୍ଲେ। ଆସନ୍ତାବର୍ଷ ହେବାକୁ  ଯାଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବଗଠିତ କ୍ୟାବିନେଟରେ କେତେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଏପରି କିଛି ନେତା ଅଛନ୍ତି ଯେଉଁମାନେ ପ୍ରଥମ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଏନେଇ ରାଜଭବନ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଗୁଜୁରାଟ ରାଜ୍ୟପାଳ (Gujarat Governor) ଆଚାର୍ଯ୍ୟ ଦେବବ୍ରତ (Acharya Devvrat) ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନଗଗଠିତ ଗୁଜୁରାଟ କ୍ୟାବିନେଟରେ (Gujarat New Cabinet) ୨୪ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୦ କ୍ୟାବିନେଟ ଏବଂ ୧୪ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି। ଏଥର ମନ୍ତ୍ରୀମଣ୍ଡଳ ଗଠନ ବେଳେ ନୋ ରିପିଟି ଥିଓରୀ (No Repeat Theory) ଅର୍ଥାତ ପୂର୍ବରୁ ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ (Vijay Rupani) ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନେତାଙ୍କୁ ନୂତନ ମନ୍ତ୍ରୀ ପରିଷଦରେ ସ୍ଥାନ ନମିଳିବା ନେଇ ଚର୍ଚ୍ଚା ହେଉଥିଲା।

Also Read: Gujarat CM ଭାବେ ଶପଥ ନେଲେ Bhupendra Patel; ଦୁଇ ଦିନ ପରେ ହେବ ମନ୍ତ୍ରୀମଣ୍ଡଳ ଗଠନ

ନବଗଠିତ କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ତାଲିକା...

କ୍ୟାବିନେଟ ମନ୍ତ୍ରୀ (Cabinet Minister)

  • ରାଜେନ୍ଦ୍ର ତ୍ରୀବେଦୀ
  • ଜିତୁ ବଘାନୀ
  • ଋଷିକେଶ ପଟେଲ
  • ପୁର୍ଣେଶ ମୋଦି
  • ରାଘବଜୀ ପଟେଲ
  • କନୁ ଦେସାଇ
  • କୀର୍ତି ସିଂହ ରାଣା
  • ନରେଶ ପଟେଲ
  • ପ୍ରଦୀପ ସିଂହ ପରମାର
  • ଅର୍ଜୁନ ସିଂହ ଚୌହ୍ୱାନ

ରାଷ୍ଟ୍ରମନ୍ତ୍ରୀ (Minister of State)

  • ହର୍ଷ ସାଂଘବୀ
  • ଜଗଦୀଶ ଇଶ୍ୱର
  • ବୃଜେଶ ମେରଜା
  • ଜୀତୁ ଚୌଧୁରୀ
  • ମନୀଷା ବକିଲ
  • ମୁକେଶ ପଟେଲ
  • ନିମିଷା ବେନ
  • ଅରବିନ୍ଦ ରୈୟାଣୀ
  • କୁବେର ଢିଣ୍ଡୋର
  • କୀର୍ତି ବାଘେଲା
  • ଗଜେନ୍ଦ୍ର ସିଂହ ପରମାର
  • ରାଘବ ମକବାଣା
  • ବିନୋଦ ମରୋଡିୟା
  • ଦେବା ଭାଇ ମାଲୱ

ଶପଥ ଗ୍ରହଣ କରିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନୂତନ ମନ୍ତ୍ରୀମଣ୍ଡଳରେ ୯୦ ପ୍ରତିଶତ ପରିବର୍ତ୍ତନ କରିବାକୁ ଚାହୁଁଥିବା ନେଇ ଚର୍ଚ୍ଚା ହେଉଥିଲା। ଅର୍ଥାତ ମନ୍ତ୍ରୀମଣ୍ଡଳରେ ନୂଆ ଚେହେରାଙ୍କ ସହ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ନେତାଙ୍କୁ ସ୍ଥାନ ଦେବା ସପକ୍ଷରେ ଥିଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ପଦ ଚାଲିଯିବା ଭୟରେ ପୁରୁଣା ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରୁଥିବା କେତେକ ମନ୍ତ୍ରୀ ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ସାକ୍ଷାତ କରିଥିଲେ।
 

Also Read: ମୁଖ୍ୟମନ୍ତ୍ରୀ ନହେବାରୁ ଭାବୁକ ହୋଇଉଠିଲେ Gujarat ଉପମୁଖ୍ୟମନ୍ତ୍ରୀ; କହିଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ଇସ୍ତଫା ପରେ ଦଳର ବରିଷ୍ଠ ନେତା ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ (Gujarat Deputy Chief Minister) ନୀତିନ ପଟେଲ (Nitin Patel) ଏବଂ ଭୂପେନ୍ଦ୍ର ସିଂହ ଚୂଡାସାମାଙ୍କ (Bhupendrasinh Chudasama) ରାଜ୍ୟନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯାଇଛି। କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ପଦ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ପଟେଲ ସମ୍ପ୍ରଦାୟ (Patel Community) ହାତକୁ ଆସିଯାଇଛି। ଏହା ସହିତ ଉପମୁଖ୍ୟମନ୍ତ୍ରୀ ପଦ ନୀତିନ ପଟେଲଙ୍କ ହାତରେ ରହିବ ନାଁ ଚାଲିଯିବ ତାହା ଉପରେ ନଜର। 

 

 

 

 

 

Trending news