ଜ୍ଞାନବାପି ମସଜିଦରେ ମିଳିଲା ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ! କୋର୍ଟ ଦେଲେ ଏହି ଆଦେଶ
Advertisement

ଜ୍ଞାନବାପି ମସଜିଦରେ ମିଳିଲା ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ! କୋର୍ଟ ଦେଲେ ଏହି ଆଦେଶ

Gyanvapi Masjid Survey: ଜ୍ଞାନବାପି ମସଜିଦ (Gyanvapi Masjid) ରେ ମେ' ୧୪ ଠାରୁ ଜାରି ସର୍ଭେ ମଙ୍ଗଳବାର ଶେଷ ହୋଇଯାଇଛି । ବର୍ତ୍ତମାନ ମେ' ୧୭ ଅର୍ଥାତ ବୁଧବାର କୋର୍ଟରେ ସର୍ଭେର ରିପୋର୍ଟ ଉପସ୍ଥାପନ କରାଯିବ । ଏଥି ସହିତ ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବା ପରେ ପକ୍ଷ ଦ୍ୱାରା ଅନେକ ପ୍ରକାରର ବଡ଼ ବଡ଼ ଦାବି କରାଯାଉଛି । ଯେଉଁଥିରେ ହିନ୍ଦୁ ପକ୍ଷ

ଜ୍ଞାନବାପି ମସଜିଦରେ ମିଳିଲା ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ! କୋର୍ଟ ଦେଲେ ଏହି ଆଦେଶ

ନୂଆଦିଲ୍ଲୀ: Gyanvapi Masjid Survey: ଜ୍ଞାନବାପି ମସଜିଦ (Gyanvapi Masjid) ରେ ମେ' ୧୪ ଠାରୁ ଜାରି ସର୍ଭେ ମଙ୍ଗଳବାର ଶେଷ ହୋଇଯାଇଛି । ବର୍ତ୍ତମାନ ମେ' ୧୭ ଅର୍ଥାତ ବୁଧବାର କୋର୍ଟରେ ସର୍ଭେର ରିପୋର୍ଟ ଉପସ୍ଥାପନ କରାଯିବ । ଏଥି ସହିତ ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବା ପରେ ପକ୍ଷ ଦ୍ୱାରା ଅନେକ ପ୍ରକାରର ବଡ଼ ବଡ଼ ଦାବି କରାଯାଉଛି । ଯେଉଁଥିରେ ହିନ୍ଦୁ ପକ୍ଷ ଦାବି କରିଛି ଯେ, ନନ୍ଦୀର ମୁଖ ସାମ୍ନାରେ ମସଜିଦ (Mosque) ର ୱଜ୍ଜୁ ଖାନାରୁ ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ (Shivling) ମିଳିଛି ।

ବର୍ତ୍ତମାନ ଶିବଲିଙ୍ଗ ମିଳିବା ଦାବି ପର ହିନ୍ଦୁ ପକ୍ଷ କୋର୍ଟରେ ପହଞ୍ଚିଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି ଯେ ଯେଉଁଠାରେ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ତୁରନ୍ତ ପ୍ରଭାବ ସହିତ ସିଲ୍ କରାଯାଉ । ଆହୁରି ମଧ୍ୟ ସେହି ସ୍ଥାନକୁ କାହାର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ । ଅନ୍ୟପକ୍ଷରେ, କୋର୍ଟରେ ରିପୋର୍ଟ ଦାଖଲ ନହେବା ପର୍ଯ୍ୟନ୍ତ ୱଜ୍ଜୁ ଖାନାକୁ ସଂରକ୍ଷଣ କରାଯାଉ ବୋଲି ହିନ୍ଦୁ ପକ୍ଷ ଦାବି କରିଛି ।

ଏହା ବି ପଢ଼ନ୍ତୁ:-ଏହି ସହଜ ଉପାୟରେ ଜାଣନ୍ତୁ ଆମ୍ୱ ଖଟା କି ମିଠା, କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏସବୁ କଥା

ଏହା ବି ପଢ଼ନ୍ତୁ:-ମାଣିକ ସାହା କିଏ? ଯିଏ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଦକ୍ଷିଣ କୋରିଆ ନେଲା ଏହି ପଦକ୍ଷେପ ତ ଚୀନର ବଢ଼ିଲା ଟେନସନ୍; ଏସିଆରେ ଦେଖାଦେବ ୟୁକ୍ରେନ ପରି ପରିସ୍ଥିତି!

ହିନ୍ଦୁ ପକ୍ଷ କହିଛି ଯେ, ୩୦ ବାଇ ୩୦ ଫୁଟ ଭଜ୍ଜୁଖାନାର ଠିକ୍ ମଝିରେ ଏକ ଆକୃତି ଦେଖିବାକୁ ମିଳିଛି । ଯାହାକୁ ନେଇ ହିନ୍ଦୁ ପକ୍ଷ ଦାବି କରିଛି ଯେ ଏହା ଏକ ଶିବଲିଙ୍ଗ । ଯେତେବେଳେ କି ମୁସଲିମ ପକ୍ଷ କହୁଛି ଯେ, ଏହା ଏକ ଫାଉଣ୍ଟେନର ଅଂଶ ଯାହା ଦଶ ବର୍ଷ ପୂର୍ବେ କାମ କରୁଥିଲା । ଏହି ସମୟରେ ଭଜ୍ଜୁଖାନାରେ ପାଣି ଭରି ଦିଆଯାଇଥିଲା । ଯାହା ଦ୍ୱାରା ନାମାଜିମାନଙ୍କୁ କୌଣସି ଅସୁବିଧା ହେବନାହିଁ । CRPF ର ସୁରକ୍ଷା କର୍ମୀ ଅଛନ୍ତି । ଯାହାଦ୍ୱାରା ଭଜ୍ଜୁଖାନାରେ କୌଣସି ପ୍ରକାରର ପରିବର୍ତ୍ତନ କରା ନଯାଉ । ଅନ୍ୟପକ୍ଷରେ ମୁସଲମାନ ପକ୍ଷର ଓକିଲ ମମତାଜ ଅହମ୍ମଦ କହିଛନ୍ତି ଯେ, ବାବା ମିଳିଲା ନାହାଁନ୍ତି, ଏମାନଙ୍କ କହିବାରୁ ନିଷ୍ପତ୍ତି ନିଆଯିବ ନାହିଁ, ଏହିପରି କିଛି ମିଳୁନାହିଁ ।

ସେପଟେ ଡିଏମ କୌଶଲ ରାଜ ଶର୍ମା କହିଛନ୍ତି ଯେ, ଜ୍ଞାନବାପି ମସଜିଦ ସର୍ଭେ ପାଇଁ କୋର୍ଟ କମିଶନରଙ୍କ ପ୍ରକ୍ରିୟା ଆଜି ଶେଷ ହୋଇଛି । ଦିନ ୧୦.୧୫ରେ ପ୍ରକ୍ରିୟା ଶେଷ ହୋଇଥିଲା । କୋର୍ଟ ତରଫରୁ ନିଯୁକ୍ତ ଆୟୋଗର ତିନିଜଣ ସଦସ୍ୟ ଏହି ପ୍ରକ୍ରିୟା ଶେଷ କରିଛନ୍ତି । ସେ କହିଛନ୍ତି ଯେ କୋର୍ଟରେ ଶୁଣାଣି ହେବ ଓ କୋର୍ଟଙ୍କ ନିର୍ଦ୍ଦେଶରେ  ନିଷ୍ପତ୍ତି ନିଆଯିବ । ଅଦାଲତର ଆଦେଶ ଅନୁଯାୟୀ ସେଠାରେ ଥିବା ଆଦେଶ ପାଳନ କରାଯିବ । ମେ ୧୭ରେ ଏହି ରିପୋର୍ଟ କୋର୍ଟରେ ଉପସ୍ଥାପିତ ହେବ । ଯଦି କେହି ତାଙ୍କର ବ୍ୟକ୍ତିଗତ ବୟାନ ଦେଇଛନ୍ତି, ତେବେ ଏହାର କୌଣସି ପ୍ରମାଣ ନାହିଁ ।

ଡିଏମ କହିଛନ୍ତି ଯେ, ବାରାଣାସୀର ଜ୍ଞାନବାପି ଶୃଙ୍ଗାର ଗୌରୀ ସର୍ଭେକୁ ନେଇ ଯଦି କେହି କିଛି କହିଛନ୍ତି କିମ୍ବା ଦାବି କରିଛନ୍ତି, ତେବେ ଏହା ତାଙ୍କର ବ୍ୟକ୍ତିଗତ ମତ ହୋଇପାରେ । ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲାରେ ଆୟୋଗର ରିପୋର୍ଟ ଦାଖଲ କରିବା ପରେ କୋର୍ଟ ତରଫରୁ ହିଁ କୁହାଯିବ । କୌଣସି କଥା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ନାହିଁ ।