ଚୀନରୁ କୋରୋନା ନଯାଉନୁ ଧସେଇ ପଶିଲା ଆଉ ଏକ ଭାଇରସ୍
Advertisement

ଚୀନରୁ କୋରୋନା ନଯାଉନୁ ଧସେଇ ପଶିଲା ଆଉ ଏକ ଭାଇରସ୍

ୟୁଏସ ସେଣ୍ଟର ଫର ଡିଜିଜ ଏଣ୍ଡ କଣ୍ଟ୍ରୋଲ ଅନୁଯାୟୀ, ମୂଷାଙ୍କ ମଳ, ପରିସ୍ରା ଏବଂ ଛେପରୁ ହନ୍ତା ଭାଇରସ ହୋଇଥାଏ । ମୂଷାମାନେ ଏହାକୁ ବାୟୁରେ ଛାଡିଦେଲେ ଏହା ମଣିଷକୁ ସଂକ୍ରମିତ କରେ । ହନ୍ତା ଭାଇରସ ନିଶ୍ୱାସ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ ।

ଚୀନରୁ କୋରୋନା ନଯାଉନୁ ଧସେଇ ପଶିଲା ଆଉ ଏକ ଭାଇରସ୍

ନୂଆଦିଲ୍ଲୀ: ବର୍ତ୍ତମାନ ଯାଏ ଚୀନ କୋରୋନା କବଳରୁ ମୁକ୍ତି ପାଇବାରେ ସକ୍ଷମ ହୋଇପାରି ନାହିଁ ଯେ ତା ଆଗରେ ଆଉ ଏକ ସଙ୍କଟ  ଉଭା ହୋଇଛି । ଚୀନରେ ଆଉ ଏକ ନୂତନ ଭୂତାଣୁ ବିସ୍ତାର କରକୁଥିବାର ଖବର ସାମ୍ନାକୁ ଆସିଛି । ଚାଇନାର ସରକାରୀ ଗଣମାଧ୍ୟମ ପ୍ରତିଷ୍ଠାନ ଗ୍ଲୋବାଲ୍ ଟାଇମ୍ସ ଅନୁଯାୟୀ, ଚୀନର ୟୁନାନ ପ୍ରଦେଶରେ ଏକ ନୂତନ ଭୂତାଣୁ ବ୍ୟାପିଛି । ଏହି କାରଣରୁ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏହାର ନାମ 'ହନ୍ତା ଭାଇରସ୍'(Hantavirus) ବୋଲି ଜଣାପଡ଼ିଛି । ୟୁଏସ ସେଣ୍ଟର ଫର ଡିଜିଜ ଏଣ୍ଡ କଣ୍ଟ୍ରୋଲ ଦ୍ୱାରା  ହନ୍ତା ଭାଇରସର ଫଟୋ ଜାରି କରାଯାଇଛି ।

ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ହନ୍ତା ଭାଇରସରେ ପୀଡିତ ବ୍ୟକ୍ତି ବସରୁ ଶାଣ୍ଡୋଙ୍ଗ ପ୍ରଦେଶକୁ ଫେରୁଥିଲେ । ତା’ପରେ କୋରୋନା ପରୀକ୍ଷା ବେଳେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ଏହି ବସ୍‌ରେ ସମୁଦାୟ ୩୨ ଜଣ ଲୋକ ଥିଲେ । ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରାଯାଇଥିଲା । ଯେବେଠାରୁ ଚୀନ୍ ଏହି ସୂଚନା ସାର୍ବଜନୀନ କରିଛି । ସେବେଠାରୁ ସୋସିଆଲ ମିଡିଆରେ ହଙ୍ଗାମା ଦେଖାଦେଇଛି ।

ୟୁଏସ ସେଣ୍ଟର ଫର ଡିଜିଜ ଏଣ୍ଡ କଣ୍ଟ୍ରୋଲ ଅନୁଯାୟୀ, ମୂଷାଙ୍କ ମଳ, ପରିସ୍ରା ଏବଂ ଛେପରୁ ହନ୍ତା ଭାଇରସ ହୋଇଥାଏ । ମୂଷାମାନେ ଏହାକୁ ବାୟୁରେ ଛାଡିଦେଲେ ଏହା ମଣିଷକୁ ସଂକ୍ରମିତ କରେ । ହନ୍ତା ଭାଇରସ ନିଶ୍ୱାସ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ ।

ଏହାର ପ୍ରାରମ୍ଭିକ ଲକ୍ଷଣରେ ମଣିଷ ଥଣ୍ଡା ଅନୁଭବ କରେ ଏବଂ ଜ୍ୱର ହୁଏ । ଏହା ପରେ ମାଂସପେଶୀ ଯନ୍ତ୍ରଣା ଆରମ୍ଭ ହୁଏ । ଗୋଟିଏରୁ ଦୁଇ ଦିନ ପରେ ଶୁଖିଲା କାଶ ହେବା ଆରମ୍ଭ ହୁଏ । ମୁଣ୍ଡ ବିନ୍ଧା, ବାନ୍ତି ହୋଇଥାଏ । ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହା ପ୍ରାୟତଃ ଚାଇନାର ଗ୍ରାମୀଣ ଅଂଚଳରେ ଦେଖାଦିଏ । ଏହି କାରଣରୁ ଅନେକ ପର୍ବତାରୋହୀ ଏବଂ କ୍ୟାମ୍ପିଂ କରୁଥିବା ପର୍ଯ୍ୟଟକଙ୍କୁ ସମସ୍ୟା ଦେଖାଦେଇଛି । ଅବଶ୍ୟ, ଏହା କୋରୋନା ଭୂତାଣୁ ପରି ମାରାତ୍ମକ ନୁହେଁ ।