#HappyBirthdayViratKohli ; କେବଳ କ୍ରିକେଟ ନୁହେଁ ସେସିଆଲ ମିଡିଆର ବି ସେ କିଙ୍ଗ୍
Advertisement

#HappyBirthdayViratKohli ; କେବଳ କ୍ରିକେଟ ନୁହେଁ ସେସିଆଲ ମିଡିଆର ବି ସେ କିଙ୍ଗ୍

ଆଜି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ୩୨ତମ ଜନ୍ମଦିନ।

ସୌ- RCB

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ୩୨ତମ ଜନ୍ମଦିନ। କ୍ରିକେଟ୍ ପଡ଼ିଆରେ ଆକ୍ରମଣାତ୍ମକ ମନୋଭାବ ପାଇଁ ବିରାଟ ବେସ୍ ଜଣାଶୁଣା। ସେଇଥିପାଇଁତ ତାଙ୍କୁ କୁହାଯାଏ ରନ ମେସିନ। ସେ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି, ଏହା ବ୍ୟତୀତ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକଙ୍କ ଅଗ୍ରଣୀ ମଧ୍ୟ ଅଟନ୍ତି।

ବାସ୍ତବରେ, ସମୟ ବଦଳିବା ସହିତ କ୍ରୀଡା ଏବଂ କ୍ରିକେଟ୍ ପ୍ରେମୀଙ୍କ ପ୍ରେମ ମଧ୍ୟ ବଦଳିଛି। ଆଜିର ସମୟରେ, କ୍ରୀଡାପ୍ରେମୀମାନେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ସହିତ ନିୟମିତ ଯୋଡିହୋଇ ରହୁଛନ୍ତି। ଏଥି ସହିତ, ଖେଳାଳିମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କ ସହ ଅପଡେଟ୍ ରୁହନ୍ତି। ସେମାନଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ।

ଦିନିକିଆ କ୍ରିକେଟରେ ଦ୍ରୁତତମ ୮୦୦୦, ୯୦୦୦, ୧୦୦୦୦ ଏବଂ ୧୧୦୦୦ ରନ୍ କରିବାରେ ବିରାଟ କୋହଲିଙ୍କ ରେକର୍ଡ ରହିଛି। ଇନଷ୍ଟାଗ୍ରାମରେ ଅନୁସରଣ କରାଯାଉଥିବା ଅନ୍ୟତମ ସଫଳ କ୍ରିକେଟ ଅଧିନାୟକ ବିରାଟ। ତାଙ୍କୁ ଇନଷ୍ଟାରେ ୮୨.୩ ନିୟୁତ ଲୋକ ଅନୁସରଣ କରୁଛନ୍ତି। ଭାରତରେ ଇନଷ୍ଟାଗ୍ରାମରେ ଅନୁଗାମୀ ତାଲିକାରେ ବିରାଟ କୋହଲି ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି।

ବିରାଟ କୋହଲିଙ୍କ ପରେ ଇନଷ୍ଟାଗ୍ରାମରେ ଅନୁସରଣ କରାଯାଉଥିବା କ୍ରିକେଟ୍ ଦଳର ଅଧିନାୟକ ତାଲିକାରେ ଅଛନ୍ତି ମହେନ୍ଦ୍ର ସିଂ ଧୋନି। ତାଙ୍କୁ ୩୦.୩ ନିୟୁତ ପ୍ରଶଂସକ ଅନୁସରଣ କରୁଛନ୍ତି। ଏଥି ସହିତ ପ୍ରଥମ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଲୋକ ଅନୁସରଣ କରୁଛନ୍ତି। କିନ୍ତୁ ସେ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଇନଷ୍ଟାଗ୍ରାମରେ କପିଲ ଦେବଙ୍କୁ ଲକ୍ଷେରୁ ଅଧିକ ଲୋକ ଅନୁସରଣ କରୁଛନ୍ତି।

ତେବେ ଯାହାବି ହେଉ, ଆଜି ବିରାଟ ହୋକଲି ତାଙ୍କର ୩୨ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏକ ଇମୋସ୍ନାଲ ପୋଷ୍ଟ ସେୟାର କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଅଧିନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଇପିଏଲ ପାଇଁ ବିରାଟ ଏବେ ୟୁଏଇରେ ଥିବା ବେଲେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ଏବେ ଟ୍ୱଟରରେ #HappyBirthdayViratKohli ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି।