କୋଭିଡ-19 (COVID-19) ଯୋଗୁଁ ଆଇପିଏଲ (IPL 2020) ମଧ୍ୟ ସ୍ଥଗିତ ରଖାଯାଇଛି । ଏଭଳି ପରିସ୍ଥିତିରେ ଭାରତର ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଫେସବୁକରେ ଏକ ଭାବପ୍ରବଣ ଲମ୍ବା ପୋଷ୍ଟ ସେୟାର କରିଛନ୍ତି ।
Trending Photos
)
ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ଭାଇରସ୍ ଆତଙ୍କ ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ଦେଶରେ ଲକ ଡାଉନ୍ ଜାରି ରହିଛି । ଯାହା ଫଳରେ ଦେଶରେ କ୍ରିକେଟ୍ ଟୁର୍ନାମେଣ୍ଟ ଖେଳା ଯାଉନାହିଁ । କୋଭିଡ-19 (COVID-19) ଯୋଗୁଁ ଆଇପିଏଲ (IPL 2020) ମଧ୍ୟ ସ୍ଥଗିତ ରଖାଯାଇଛି । ଏଭଳି ପରିସ୍ଥିତିରେ ଭାରତର ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଫେସବୁକରେ ଏକ ଭାବପ୍ରବଣ ଲମ୍ବା ପୋଷ୍ଟ ସେୟାର କରିଛନ୍ତି ।
ଏହି ପୋଷ୍ଟରେ ହରଭଜନ ଲେଖିଛନ୍ତି ଯେ, 'ଆମ ପାଖରେ ସବୁକିଛି, କାର ଅଛି, ଟଙ୍କା ଅଛି, କିନ୍ତୁ ଆମେ ନିଜ ଘରେ ଭୟଭୀତ ଅବସ୍ଥାରେ ବୁଲୁଛୁ । ଭଜ୍ଜି ଲେଖିଛନ୍ତି ଯେ ପ୍ରଥମ ଥର ପାଇଁ ଏହା ଘଟୁଛି ଯେ ଯେତେବେଳେ ଆପଣଙ୍କ ପ୍ରିୟ ଲୋକ ମଧ୍ୟ ଆପଣଙ୍କ ପାଖକୁ ଆସନ୍ତି, ସେତେବେଳେ ଏହା ଭଲ ଲାଗୁ ନାହିଁ । ସମସ୍ତଙ୍କ ଗର୍ବ ଭାଙ୍ଗି ଚୁରମାର ହୋଇଯାଇଛି । ଅନେକ ଲୋକ ଗର୍ବରେ କହିଥଲେ ଯେ ତୁମେ ମୋତେ ଜାଣି ନାହଁ, ବର୍ତ୍ତମାନ ଏହି ପ୍ରକୃତି କହୁଛି ଯେ 'ତୁମେମାନେ ମୋତେ ଜାଣି ନାହଁ । ସେ ଆହୁରି ଆଗକୁ ଲେଖିଛନ୍ତି ଯେ ଭଗବାନଙ୍କ ବାଡ଼ି ସାମ୍ନାରେ ଆମେ ସମସ୍ତେ ଜିରୋ ।
ଏଠାରେ କହି ରଖୁଛୁ ଯେ, କୋରୋନା ବିରୋଧରେ ଲଢ଼େଇରେ ହରଜନ ସିଂ ନିଷ୍ପତ୍ତି ନେଇଛନ୍ତି ଯେ ସେ ଏହି କଠିନ ସମୟରେ ୫୦୦୦ ଗରିବ ପରିବାରକୁ ରାସନ ଯୋଗାଇ ଦେବେ । ହରଭଜନ ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ହରଭଜନ ସିଂ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ସତନାମ ୱେହେଗୁରୁ... କେବଳ ସାହସ ଓ ଉତ୍ସାହ ପ୍ରଦାନ କରନ୍ତୁ, ଗୀତା ବସରା ଏବଂ ମୁଁ ପ୍ରତିଶ୍ରୁତି ଦେଇଛୁ ଯେ ଆଜିଠାରୁ ଆମେ ୫୦୦ ପରିବାରକୁ ରାସନ ଦେବୁ, ୱାହେଗୁରୁ ସମସ୍ତଙ୍କୁ ସୁରକ୍ଷା କରନ୍ତୁ ।
ଅନ୍ୟପକ୍ଷେ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୯୦୯ଟି କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୩୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ କିଛି ଆଶ୍ୱସ୍ତି ମିଳିଛି ଯେ, ଏପର୍ଯ୍ୟନ୍ତ ୭୧୬ ଜଣ ଲୋକ ଏହି ରୋଗରୁ ଆରୋଗ୍ୟ ହୋଇସାରିଛନ୍ତି।