Advertisement
Article Detail0/zeeodisha/odisha858481

ରାଜ୍ୟର ଘରୋଇ କମ୍ପାନୀ ନିଯୁକ୍ତିରେ ସ୍ଥାନୀୟ ବାସିନ୍ଦାଙ୍କୁ ୭୫% ସଂରକ୍ଷଣ

ରାଜ୍ୟପାଳଙ୍କ ଅନୁମୋଦନ ପରେ ୭୫ ପ୍ରତିଶତ ସଂରକ୍ଷଣ ବିଲ ଆଇନରେ ପରିଣତ ହୋଇଛି। ଯେଉଁ କମ୍ପାନୀ, ଶିଳ୍ପସଂସ୍ଥା ବା ଟ୍ରଷ୍ଟ ଏହି ଆଇନ (job quota) କୁ ଉଲ୍ଲଙ୍ଘନ କରନ୍ତି, ତାଙ୍କୁ ଦଣ୍ଡ ଦେବାର ପ୍ରାବଧାନ ମଧ୍ୟ ଅଛି।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦୂର ହେବ ରାଜ୍ୟର ବେକାରୀ ସମସ୍ୟା। ରାଜ୍ୟରେ ଥିବା ଘରୋଇ କାମ୍ପାନୀରେ ନିଯୁକ୍ତି ପାଇବେ ୭୫% ସ୍ଥାନୀୟ ଯୁବପିଢି। ଖଟ୍ଟର ସରକାରଙ୍କ ଏପରି ଏକ ସଂରକ୍ଷଣ ବିଲକୁ ହରିୟାଣା ରାଜ୍ୟପାଳ ମୋହର ମାରିଛନ୍ତି। ଯାହାପରେ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।

ରାଜ୍ୟରେ ଥିବା ଘରୋଇ କମ୍ପାନୀ (Private Sector) ବା ଉଦ୍ୟୋଗରେ ସ୍ଥାନୀୟ ଲୋକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ନେଇ ହରିୟାଣାର ଗତ ବିଧାନସଭା ଅଧିବେଶନରେ ବିଲ ପାରିତ ହୋଇଥିଲା। ମଙ୍ଗଳବାର ସେହି ବିଲକୁ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ସ୍ୱୀକୃତି ଦେଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ୭୫ ପ୍ରତିଶତ ସଂରକ୍ଷଣ ବିଲ ଆଇନରେ ପରିଣତ ହୋଇଛି। ଯେଉଁ କମ୍ପାନୀ, ଶିଳ୍ପସଂସ୍ଥା ବା ଟ୍ରଷ୍ଟ ଏହି ଆଇନ (job quota) କୁ ଉଲ୍ଲଙ୍ଘନ କରନ୍ତି, ତାଙ୍କୁ ଦଣ୍ଡ ଦେବାର ପ୍ରାବଧାନ ମଧ୍ୟ ଅଛି।

Also Read: କେନ୍ଦ୍ର ସରକାର ଆରମ୍ଭ କରୁଛନ୍ତି ନୂଆ TV Channel

Add Zee News as a Preferred Source

ତେବେ ଏହି ଆଇନ (Reserve 75% Jobs) ଲାଗୁ ପାଇଁ କିଛି ନିୟମ ମଧ୍ୟ ଅଛି-

  • ୭୫ ପ୍ରତିଶତ ସଂରକ୍ଷଣ ଆଇନ ଅଧିନରେ ହରିୟାଣାସ୍ଥିତ ଘରୋଇ କମ୍ପାନୀ, ଶିଳ୍ପାନୁଷ୍ଠାନ, ଫାର୍ମ, ସୋସାଇଟି, ଟ୍ରଷ୍ଟ ଆସିବେ।
  • ସଂସ୍ଥାରେ ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରୁଥିବା ଆବଶ୍ୟକ। 
  • ଗୋଟିଏ ଜିଲ୍ଲାରେ ସର୍ବାଧିକ ୧୦ ପ୍ରତିଶତ କୋଟା ରହିବ।
  • ମାଲିକ ଚାହିଁଲେ ଗୋଟିଏ ଜିଲ୍ଲାରେ ୧୦ ପ୍ରତିଶତରୁ ଊର୍ଦ୍ଧ୍ୱ କର୍ମଚାରୀ ରଖିବା ଉପରେ ରୋକ ଲଗାଇ ପାରିବେ।
  • ମାସିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା କ୍ଷେତ୍ରରେ ଆଇନ ଲାଗୁ ହେବ।
  • ୩ ମାସ ମଧ୍ୟରେ ସରକାରୀ ପୋର୍ଟାଲରେ ଘୋରୋଇ କମ୍ପାନୀ ଦେବେ ପଦବୀର ବୀବରଣୀ। ପ୍ରତି ୩ ମାସରେ ସରକାରଙ୍କ ପାଖକୁ ଯିବ ଷ୍ଟାଟସ ରିପୋର୍ଟ୍।
  • ଡାଟା ଅପଲୋଡ କରିବା ପର୍ଯ୍ୟନ୍ତ କମ୍ପାନୀରେ ହେବନି ନୂଆ ନିଯୁକ୍ତି। 
  • SDM କିମ୍ବା ତାଙ୍କଠୁ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଯାଞ୍ଚ ଦାୟୀତ୍ୱ।
  • କୁଶଳୀ କର୍ମଚାରୀ (Skilled Employe) ନ ମିଳିଲେ ସଂରକ୍ଷଣ ଆଇନ କୋହଳ ହେବ। କିନ୍ତୁ ଏଥିରେ ଜିଲ୍ଲା ଉପାୟୁକ୍ତ କିମ୍ବା ତାଙ୍କଠୁ ଉଚ୍ଚସ୍ତରୀୟ ଅଧିକାରୀ ନିଷ୍ପତ୍ତି ନେବେ।
  • ଆଇନ ନ ମାନିଲେ କମ୍ପାନୀ ବା ସଂସ୍ଥା ବିରୁଦ୍ଧରେ ହେବ କୋଠର କାର୍ଯ୍ୟାନୁଷ୍ଠାନ। ୫୦ ହଜାର ପର୍ଯ୍ୟନ୍ତ ଲାଗିପାରେ ଜୋରିମାନା।
  • ଆଗାମୀ ୧୦ ବର୍ଷ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ଆଇନ ଲାଗୁ ହେବ।

Also Read:  ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି; ଜାଣନ୍ତୁ କେତେ କମିବ ଦର

କେବଳ ହରିୟାଣାରେ ଏଭଳି ଆଇନ ଅଛି, ତାହା ନୁହେଁ। ହରିୟାଣା ଯେଉଁ ବିଲ ପାସ କରିଥିଲା ତାହା ଆନ୍ଧ୍ର ପ୍ରଦେଶ (Andra Pradesh) ର ଏକ ମଡେଲ। ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ ଦେବାକୁ ଆନ୍ଧ୍ର ପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ର ସରକାର ଚେଷ୍ଟା କରିଛନ୍ତି। କିଛି ରାଜ୍ୟରେ ଏହାକୁ ପାଳନ କରାଯାଉଥିବା ବେଳେ କିଛି ରାଜ୍ୟରେ ରାଜନୈତିକ କାରଣରୁ ଆଇନ ଶୀଥିଳ ପଡିଛି। ସେପଟେ ଓଡିଶାରେ ବି ଏଭଳି ଆଇନ ଆଣିବାକୁ ରାଜ୍ୟର ଯୁବପିଢି ନବୀନ ସରକାରଙ୍କ ନିକଟରେ ଦାବି କରୁଛନ୍ତି।

 

About the Author