Advertisement
Article Detail0/zeeodisha/odisha676135

ବିଏସଏଫର ସବ୍-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କଲେ ହାବିଲଦାର, ନିଜେ ମଧ୍ୟ କଲେ ଆତ୍ମହତ୍ୟା

ଏସଆଇ ସୁଟିଂ କରିବା ପରେ ହାବିଲଦାର ମଧ୍ୟ ନିଜକୁ ଗୁଳି କରିଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ବିଏସଏଫ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବିଏସଏଫ(BSF)ର ଜଣେ ସବ୍ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କଲେ ଜଣେ ହାବିଲଦାର । ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣାଟି ରାଜସ୍ଥାନର ପାକ୍ ସୀମାରେ ଥିବା ରେନୁକା ଚେକପୋଷ୍ଟରେ ଘଟିଛି । ଆଜି(ରବିବାର) ସକାଳ ୬.୩୦ରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ବିଏସଏଫର ୧୨୫ତମ ବାଟାଲିୟନର ହାବିଲଦାର ଓ ସବ୍ ଇନ୍ସପେକ୍ଟରଙ୍କ ମଧ୍ୟ ଝଗଡ଼ା ହୋଇଥିଲା । ଏହି ବିବାଦ ଫାଟକ ଖୋଲିବା ବିଷୟକୁ ନେଇ ଆରମ୍ଭ ହୋଇଥିଲା । ହାବିଲଦାର ରାଗିଯାଇ ଏସଆଇଙ୍କୁ ରାଇଫଲରୁ ଗୁଳି କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଏସଆଇଙ୍କ ମୃତ୍ୟୁ ଘଟିଥିଲା ।

ଏସଆଇ ସୁଟିଂ କରିବା ପରେ ହାବିଲଦାର ମଧ୍ୟ ନିଜକୁ ଗୁଳି କରିଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ବିଏସଏଫ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

Add Zee News as a Preferred Source
About the Author