ଅଭିଯୁକ୍ତ ବିଧାୟକଙ୍କ ପିତା କୋରୋନା ଆକ୍ରାନ୍ତ । ସେହିପରି ପତ୍ନୀଙ୍କ ଠାରେ ମଧ୍ୟ କୋରୋନା ଲକ୍ଷଣ ଦେଖାଦେଇଛି । ଏହି ଆଧାରରେ ଜାମିନ ଆବେଦନ କରିଥିଲେ ଆପ୍ ବିଧାୟକ ।
Trending Photos
)
ନୂଆଦିଲ୍ଲୀ: ଆପ୍ ବିଧାୟକଙ୍କୁ ଆଶ୍ୱସ୍ତି । ଦକ୍ଷିଣ-ଦିଲ୍ଲୀରେ ଏକ ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆପ୍ ବିଧାୟକ ପ୍ରକାଶ ଜରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ(Delhi High Court) ଜାମିନ ଦେଇଛନ୍ତି । ଏବେ ଅଭିଯୁକ୍ତ ବିଧାୟକ ପ୍ରକାଶ ଜରୱାଲ ଦିଲ୍ଲୀ ତିହାର ଜେଲରେ ଅଛନ୍ତି ।
ଅଭିଯୁକ୍ତ ବିଧାୟକଙ୍କ ପିତା କୋରୋନା ଆକ୍ରାନ୍ତ । ସେହିପରି ପତ୍ନୀଙ୍କ ଠାରେ ମଧ୍ୟ କୋରୋନା ଲକ୍ଷଣ ଦେଖାଦେଇଛି । ଏହି ଆଧାରରେ ଜାମିନ ଆବେଦନ କରିଥିଲେ ଆପ୍ ବିଧାୟକ । ତାଙ୍କୁ ଜାମିନ ମିଳିଲେ ସେ ପରିବାରର ଦେଖାଶୁଣା କରିପାରିବେ ବୋଲି ଦର୍ଶାଇଥିଲେ ପ୍ରକାଶ ଜରୱାଲ । ଦିଲ୍ଲୀ ଅଦାଲତ ଏହି ଆବେଦନକୁ ଗ୍ରହଣ କରି ବିଧାୟକଙ୍କୁ ଜାମିନ ଦେଇଛନ୍ତି ।
କହିରଖୁଛୁ, ଡାକ୍ତର ରାଜେନ୍ଦ୍ର ସିଂହ ଗତ ଏପ୍ରିଲ ୧୮ ତାରିଖରେ ସାଉଥ ଦିଲ୍ଲୀର ଦୁର୍ଗା ବିହାରରେ କଥିତଭାବେ ଆତ୍ମହତ୍ୟା କରିଥିଲେ । ତେବେ ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ ବିଧାୟକ ପ୍ରକାଶ ଜରୱାଲଙ୍କୁ ସେ ଦାୟୀ କରିଥିଲେ ।