ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଚାଲିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ଜଣାପଡ଼ିଛି ।
Trending Photos
ଶ୍ରୀନଗର: ଦକ୍ଷିଣ କାଶ୍ମୀର କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଏଥିରେ ଜଣେ ହେଡ୍ କନଷ୍ଟେବଲ ଶହୀଦ ହୋଇଛନ୍ତି । ଶହୀଦ କନଷ୍ଟେବଲ ଶହୀଦ ହେଉଛନ୍ତି ମହମ୍ମଦ ଅମୀନ । ଏବେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ ।
ମିଳିଥିବା ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୫ଟା ବେଳେ ଦକ୍ଷିଣ କାଶ୍ମୀରର ୟାରିପୋରା ଅଞ୍ଚଳରରେ ପୋଲିସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଅଞ୍ଚଳର ମୁଖ୍ୟ ଛକରେ ନିୟୋଜିତ ଥିବା ପୋଲିସ ଓ ସିଆରପିଏଫ ଯବାନଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଥିଲେ । ଏହି ଆତଙ୍କବାଦୀ ହମଲାରେ ହେଡ୍ କନଷ୍ଟେବଲ ମହମ୍ମଦ ଅମୀନ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଚାଲିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବା ଜଣାପଡ଼ିଛି ।