• ଗିରଫ ହେଲେ ଆଇଏଫଏସ ଏକେ ପାଠକ । ତାଙ୍କ ସହିତ ପୁଅ ଆକାଶ ମଧ୍ୟ ଗିରଫ II
  • ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ ।
  • ବାଇକ୍‌ରେ ଏଜି ଛକରୁ ଆସୁଥିଲା ବେଳେ ଉଠାଇ ନେଲା ॥
  • ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
  • ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପି କର୍ମୀ, ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ॥
  • ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ADG ଯଶୋବନ୍ତ ଜେଠୁଆ ।
  • ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କଲା ୭ ଜଣିଆ ଟିମ୍॥
  • ପରୀ ହତ୍ୟାକାଣ୍ଡର ତଦନ୍ତ କରିବ SIT ଟିମ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟିକାକୁ ନେଇ ଖୁସି ଖବର ଦେଲା ଭାରତୀୟ ଔଷଧ ନିର୍ମାତା କମ୍ପାନୀ

ସମଗ୍ର ବିଶ୍ୱରେ କୋରୋନା ଟିକାକୁ ନେଇ ଗବେଷଣା ଜାରି ରହିଛି। କେଉଁ ରାଷ୍ଟ୍ର ପ୍ରଥମେ ଟିକା ବାହାର କରିବ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଏହାରି ମଧ୍ୟରେ ହାଇଦ୍ରାବାଦରେ ଥିବା ଔଷଧ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଆଶ୍ୱସ୍ତି କର ଖବର ଦେଇଛି। 

ଟିକାକୁ ନେଇ ଖୁସି ଖବର ଦେଲା ଭାରତୀୟ ଔଷଧ ନିର୍ମାତା କମ୍ପାନୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଟିକାକୁ ନେଇ ଗବେଷଣା ଜାରି ରହିଛି। କେଉଁ ରାଷ୍ଟ୍ର ପ୍ରଥମେ ଟିକା ବାହାର କରିବ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଏହାରି ମଧ୍ୟରେ ହାଇଦ୍ରାବାଦରେ ଥିବା ଔଷଧ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଆଶ୍ୱସ୍ତି କର ଖବର ଦେଇଛି। କୋରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। 

ଅଧିକ ପଢନ୍ତୁ: ଭୁଶୁଡ଼ୁଛି ଚୀନର ଅର୍ଥ ବ୍ୟବସ୍ଥା: ଅଣ୍ଟା ଭାଙ୍ଗିଗଲାଣି, ମୁହଁ ଟାଣ ଭାଙ୍ଗୁନି

କମ୍ପାନୀ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, କୋରୋନାର ଟିକା କୋଭାକସିନ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ମଧ୍ୟବର୍ତ୍ତୀ ବିଶ୍ଳେଷଣ ସଫଳତାର ସହିତ ଶେଷ ହୋଇଛି | ତୃତୀୟ ପର୍ଯ୍ୟାୟ ପରୀକ୍ଷା ଦେଶର ୨୫ରୁ ଅଧିକ କେନ୍ଦ୍ରରେ କରାଯିବ। ସୂଚନାଯୋଗ୍ୟ ଯେ ଏହି ଟିକାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCG) ଅନୁମୋଦନ କରିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ୨୫ରୁ ଅଧିକ କେନ୍ଦ୍ରରେ ୨୬ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଅନୁମୋଦନ ହୋଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ସହିତ ବାୟୋଟେକ୍ ଟିକା ପ୍ରସ୍ତୁତ କରୁଛି।

ଅଧିକ ପଢନ୍ତୁ: ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଶୁକ୍ରବାର କହିଛନ୍ତି ଯେ ଦେଶରେ ଆସନ୍ତା ତିନିମାସ ନିର୍ଣ୍ଣାୟକ ପ୍ରମାଣ କରିବାକୁ ଯାଉଛି। କୋଭିଡ-୧୯ ମହାମାରୀର ସ୍ଥିତି ନିର୍ଣ୍ଣୟ କରିବାରେ ଏହି ଦିନଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଆଗାମୀ ପାର୍ବଣ ଋତୁରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ତିନି ମାସ ମଧ୍ୟରେ ଦେଶ କୋରୋନା ସହିତ ମୁକାବିଲା କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି।