'ଲୋକମାନେ କୋରୋନାର ତୃତୀୟ ଲହରକୁ ପାଣିପାଗ ଖବର ଭଳି ନେଉଛନ୍ତି'
Advertisement

'ଲୋକମାନେ କୋରୋନାର ତୃତୀୟ ଲହରକୁ ପାଣିପାଗ ଖବର ଭଳି ନେଉଛନ୍ତି'

ଦେଶର ବିଭିନ୍ନ ସ୍ଥାନରୁ ବଜାରରେ ଭିଡ଼ର ଚିତ୍ର ଓ କୋଭିଡ ନିୟମର ପାଳନ ହେଉ ନଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିରେ କୋରୋନାର ତୃତୀୟ ଲହର (Third Wave of Coronavirus) ର ସମ୍ଭାବନା ବଢ଼ାପାରେ । 

'ଲୋକମାନେ କୋରୋନାର ତୃତୀୟ ଲହରକୁ ପାଣିପାଗ ଖବର ଭଳି ନେଉଛନ୍ତି'

ନୂଆଦିଲ୍ଲୀ: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of COVID-19) ର ସାମ୍ନା କରୁଛି । ଏହି ସମୟରେ ବିଶେଷଜ୍ଞମାନେ କୋରୋନା ଭୂତାଣୁର ତୃତୀୟ ଲହର (Third Wave of Coronavirus) କୁ ନେଇ ଆଗୁଆ ଚେତାବନୀ ଜାରି କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦସ୍ୟ ତଥା NITI ଆୟୋଗ (NITI Aayog) ର ସଦସ୍ୟ ଡକ୍ଟର ଭିକେ ପାଲଙ୍କ ଅନୁଯାୟୀ ବିଶ୍ୱର କେତେକ ଦେଶରେ କୋରୋନାର ତୃତୀୟ ଲହର (Third Wave of Corona) ଆସୁଥିବାର ଦେଖାଯାଉଛି, କିନ୍ତୁ ଭାରତରେ ସ୍ଥିତି ଭଲ ଓ ନିୟନ୍ତ୍ରଣରେ ରହିଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ଚେତାବନୀ ଦେଇଛି ଯେ, କୋରୋନାର ତୃତୀୟ ଲହର (Third Wave) କୁ କେବଳ ପାଣିପାଗ ଖବର ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ, ତୃତୀୟ ଲହର ପ୍ରକୃତି ଅପେକ୍ଷା ଆମ ପ୍ରବୃତ୍ତି ଉପରେ ଅଧିକ ନିର୍ଭରଶୀଳ, କାରଣ ମାମଲା ହ୍ରାସ ପାଇଛି, ଶେଷ ହୋଇନାହିଁ ।

ଅଧିକ ପଢ଼ନ୍ତୁ:-ଦୁନିଆରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକାସାଙ୍ଗରେ କୋରୋନାର ଦୁଇ ଭାରିଆଣ୍ଟ ଦ୍ୱାରା ହେଲେ ସଂକ୍ରମିତ, ୫ ଦିନରେ ମୃତ୍ୟୁ

ଦେଶର ବିଭିନ୍ନ ସ୍ଥାନରୁ ବଜାରରେ ଭିଡ଼ର ଚିତ୍ର ଓ କୋଭିଡ ନିୟମର ପାଳନ ହେଉ ନଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିରେ କୋରୋନା (Coronavirus) ର ତୃତୀୟ ଲହର (Third Wave) ର ସମ୍ଭାବନା ବଢ଼ାପାରେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ରମାଗତ ଭାବେ ଏ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଚେତାବନୀ ମଧ୍ୟ ଦେଇଛନ୍ତି । ଏହା ଉପରେ ପୁଣି ଥରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଗ୍ରହଣ ନକରିବାକୁ ନେଇ ଚେତାବନୀ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଲୋକମାନେ ତୃତୀୟ ଲହରକୁ ପାଣିପାଗ ଅପଡେଟ୍ ଭଳି ଅତି ହାଲୁକା ଭାବେ ନେଉଛନ୍ତି । ଯେତେବେଳେ ଏହାର ଗମ୍ଭୀରତାକୁ ବୁଝିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଏହି ଖାସ୍ ନମ୍ୱରର ଯେକୌଣସି ନୋଟ୍ ଆପଣଙ୍କୁ କରିପାରେ ଲକ୍ଷପତି! ଜାଣନ୍ତୁ କିପର...

ଦେଶର ଅନେକ ସ୍ଥାନ, ବଜାର ଏବଂ ପର୍ଯ୍ୟଟନ ସ୍ଥାନରେ ଭିଡ଼ ଜମିବା ଓ ମାସ୍କ ନ ପିନ୍ଧିବା ଘଟଣାକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା କହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, କୋରୋନାର ତୃତୀୟ ଲହର ଆସିବ କି ନାହିଁ ତାହା ଆମ ପ୍ରକୃତି ଅପେକ୍ଷା ଆମ ପ୍ରବୃତ୍ତି ଉପରେ ଅଧିକ ନିର୍ଭର କରେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୁନିଆର କେତେକ ଦେଶ ଯେପରି ବ୍ରିଟେନ, ଋଷ, ବାଂଲାଦେଶ ଏବଂ ଇଣ୍ଡୋନେସିଆର ଉଦାହରଣ ଦେଇଛି ଯେଉଁଠାରେ ମାମଲା ପୁଣି ଥରେ ବୃଦ୍ଧି ପାଉଛି । ଏଥି ସହିତ ବିଶ୍ୱର ଅନେକ ଦେଶରେ କୋରୋନା ଭୂତାଣୁ ପ୍ରସାର ବୃଦ୍ଧି ହେତୁ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ; ୫୨ ମୃତ, ୨୨ ଆହତ

ବର୍ତ୍ତମାନ ସୁଦ୍ଧା ଭାରତରେ ଦ୍ୱିତୀୟ ଲହର ଶେଷ ହୋଇନାହିଁ, କିନ୍ତୁ ପୂର୍ବ ଅପେକ୍ଷା ସ୍ଥିତି ଭଲ ଅଛି । ନୂତନ ମାମଲାରେ ହ୍ରାସ ଘଟିଛି ଏବଂ ସଂକ୍ରମଣ ହାର ବା  ପଜିଟିଭିଟି ହାରରେ କମି ଦେଖାଦେଇଛି । ଏଥି ସହିତ ଦେଶରେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି । ସେଥିପାଇଁ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ମାମଲାଗୁଡ଼ିକ ହ୍ରାସ ପାଇଛି, କିନ୍ତୁ କୋରୋନା ଶେଷ ହୋଇନାହିଁ ।