ବିଲଡିଂ ନିକଟରୁ ଏକ ବଡ଼ ଧୂଆଁ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ ହତାହତ ହେବାର କୌଣସି ଖବର ନାହିଁ । ନିଆଁକୁ ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କାରଣ କୋରୋନା ଭାଇରସ୍ ମହାମାରୀ ଯୋଗୁଁ ସେମାନଙ୍କୁ ସାମାଜିକ ଦୂରତାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡ଼ିବ ।
Trending Photos
)
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ଆଶ୍ରୟସ୍ଥଳୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀର କଶ୍ମୀରୀ ଗେଟ୍ ଅଞ୍ଚଳରେ ଅବସ୍ଥିତ ଏକ ଆଶ୍ରୟ ଗୃହରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଖବର ଅନୁଯାୟୀ, ଏଠାରେ ଅନେକ ଗୃହହୀନ ଏବଂ ଗରିବ ଲୋକ ରହୁଥିଲେ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ।
ବିଲଡିଂ ନିକଟରୁ ଏକ ବଡ଼ ଧୂଆଁ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ ହତାହତ ହେବାର କୌଣସି ଖବର ନାହିଁ । ନିଆଁକୁ ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କାରଣ କୋରୋନା ଭାଇରସ୍ ମହାମାରୀ ଯୋଗୁଁ ସେମାନଙ୍କୁ ସାମାଜିକ ଦୂରତାକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡ଼ିବ ।
ଅନ୍ୟପକ୍ଷେ ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଶନିବାର ବର୍ତ୍ତମାନ ଯାଏ ଦିଲ୍ଲୀରେ ସର୍ବାଧିକ ୯୦୩ କୋରୋନା ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।