ନିଜ କର୍ମର ଫଳ ଭୋଗୁଛି ଚୀନ! ଡ୍ରାଗନକୁ ସହିବାକୁ ପଡୁଛି ଭାରି କ୍ଷତି

ଷ୍ଟକହୋମ୍ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ବିଶ୍ୱ ସାମରିକ ଶକ୍ତି ଓ ଅସ୍ତ୍ରଶସ୍ତ୍ର ଖର୍ଚ୍ଚର ଆକଳନ ସଂକଳନ କରେ । 

ନିଜ କର୍ମର ଫଳ ଭୋଗୁଛି ଚୀନ! ଡ୍ରାଗନକୁ ସହିବାକୁ ପଡୁଛି ଭାରି କ୍ଷତି

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଚୀନ (China) ର ଅସ୍ତ୍ରଶସ୍ତ୍ର ରପ୍ତାନି ହ୍ରାସ ପାଇଛି । ୨୦୦୪ରୁ ୨୦୧୩ ମଧ୍ୟରେ ଚୀନର ଅସ୍ତ୍ରଶସ୍ତ୍ର ରପ୍ତାନି (China's arms exports) ରେ ପ୍ରାୟ ତିନି ଗୁଣ ବୃଦ୍ଧି ଘଟିଥିଲା । କିନ୍ତୁ ୨୦୧୪-୨୦୧୮ ପର୍ଯ୍ୟନ୍ତ କେବଳ ୨.୭ ପ୍ରତିଶତ ବୃଦ୍ଧି ଘଟିଛି । ଦ ନ୍ୟାସନାଲ ଇଣ୍ଟରେଷ୍ଟରେ ମାଇକେଲ ପେକ୍ କହିଛନ୍ତି ଯେ ଏସିଆରେ ଚୀନର ଅଧିକ ଆକ୍ରମଣାତ୍ମକ ବୈଦେଶିକ ନୀତି ଅସ୍ତ୍ରଶସ୍ତ୍ର ରପ୍ତାନିରେ ବାଧା ସୃଷ୍ଟି କରିଛି ।

ଷ୍ଟକହୋମ୍ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ବିଶ୍ୱ ସାମରିକ ଶକ୍ତି ଓ ଅସ୍ତ୍ରଶସ୍ତ୍ର ଖର୍ଚ୍ଚର ଆକଳନ ସଂକଳନ କରେ । SIPRI ରିପୋର୍ଟରେ କୁହାଯାଇଛି ଯେ ଚୀନ ନିଜର ଅସ୍ତ୍ରଶସ୍ତ୍ର ଏଥିପାଇଁ ବିକ୍ରି କରିପାରୁ ନାହିଁ କାରଣ  ୨୦୧୪-୨୦୧୮ ମଧ୍ୟରେ ଟପ୍ ୧୦ ଅସ୍ତ୍ର କ୍ରୟ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ଭିଏତନାମ ରାଜନୈତିକ ସହିତ ଅନ୍ୟାନ୍ୟ କାରଣରୁ ଚୀନ ଠାରୁ ଅସ୍ତ୍ର କ୍ରୟ କରୁନାହିଁ ।

ଘରୋଇ ଡ୍ରୋନ୍ ମଡେଲ ବିକ୍ରି କରିବାରେ ଚୀନ୍ ସଫଳ ହୋଇଛି

ଯଦିଓ ଚୀନର ଅସ୍ତ୍ରଶସ୍ତ୍ର ରପ୍ତାନି ମନ୍ଥର ଗତିରେ ଚାଲିଛି, କିନ୍ତୁ ଡ୍ରାଗନ୍ ଗତ ଏକ ଦଶନ୍ଧି ମଧ୍ୟରେ ବିକାଶଶୀଳ ଦେଶମାନଙ୍କୁ ଘରୋଇ ଡ୍ରୋନ୍ ମଡେଲ୍ ବିକ୍ରୟ କରିବାରେ ସଫଳ ହୋଇଛି । ରିପୋର୍ଟରୁ ଜଣାପଡିଛି ଯେ ୨୦୧୪-୧୮ ମଧ୍ୟରେ ଚୀନ୍ ମାନବ ବିହୀନ ଯୁଦ୍ଧ ବିମାନ (UCAV) ବଜାରରେ ସବୁଠାରୁ ବଡ ଖେଳାଳି ହୋଇପାରିଛି । ୨୦୦୯-୧୩ ମଧ୍ୟରେ ଚୀନ୍ ୨ଟି ଦେଶକୁ ୧୦ଟି UCAVs ବିକ୍ରି କରିଥିଲା ​​କିନ୍ତୁ ୨୦୧୪-୧୮ ମଧ୍ୟରେ ଚୀନ୍ ୧୩ରୁ ଅଧିକ ଦେଶକୁ ୧୫୩ UCAVs ବିକ୍ରି କରିଛି । ଏହି ୧୩ଟି ଦେଶ ମଧ୍ୟରୁ ୫ଟି ମଧ୍ୟ ଏସୀୟ ଦେଶ ହେଉଛି ମିଶର, ଇରାକ, ଜୋର୍ଡାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ  । ଯୁକ୍ତରାଷ୍ଟ୍ର ଆମେରିକା ୨୦୦୯-୧୩ ମଧ୍ୟରେ ୩ ଓ ୨୦୧୪-୧୮ ମଧ୍ୟରେ ୫ଟି UCAVs ବିକ୍ରି କରିଛି । 

ଅଧିକ ପଢ଼ନ୍ତୁ:-ଆମେରିକା ଦ୍ୱାରା ହେଲା ବଡ଼ ଭୁଲ, IS ଆତଙ୍କୀ ବଦଳରେ ନିରୀହ ଲୋକଙ୍କ ଉପରେ କଲା ଏୟାରଷ୍ଟ୍ରାଇକ୍!

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ୩୦୮ ସଂକ୍ରମିତଙ୍କ ମୃତ୍ୟୁ

ଅଧିକ ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା

ଅଧିକ ପଢ଼ନ୍ତୁ:-ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା